କିଛି ତ ଲୁଚାଇ ନ ଥିଲି
କିଛି ତ ଲୁଚାଇ ନ ଥିଲି
କିଛି ତ ଲୁଚାଇ ନ ଥିଲି ତୁମକୁ
ଭାବ ହେଲା ଦିନ ଠାରୁ
କାହିଁକି ରହିଛ ଦୂରେଇ ମୋ ଠାରୁ
ଭାବ ରହିଲା ଅଧାରୁ
ରାଜ ଉଆସରେ ରହିଛ ସୁଖରେ
ଭୁଲିଲ କି ରାଧା ଭାବ
ତୁମ କଥା ଶୁଣି ଉଦ୍ଧବ ମୁଖରୁ
କହୁଛି ମୋ ହାବ-ଭାବ
ଲୋକ ଲଜ୍ଜ୍ୟା ଭୁଲି ତୁମ ସହ ମିଶି
ରଖି ଭାବ ଖୋଲା ଖୋଲି
ଭାବୁଛ କି କିଛି ଲୁଚାଇଛି ବୋଲି
ନ କହି ଅନ୍ତର ଖୋଲି!
ତୁମ ଭାବନାକୁ ସମ୍ମାନ ଜଣାଇ
ଉନ୍ମୁକ୍ତ ଥିଲା ମୋ ଭାବ
କିଛି ବି ଲୁକ୍କାୟିତ ନ ଥିଲା ହୃଦେ
ତୁମ ଭାବରେ ମୋ ଭାବ
ତୁମ ବଇଁଶୀ ର ସୁର ଲୟ ତାଳେ
କିଛି ବି ରହିନି ଲୁଚି
ସେଇ ସୁର ତାଳେ ତାଳେ ଥିଲା ଭାବ
ଅନ୍ତର ଭାବ କହିଛି
ଅଧା ରହିଗଲା ଭାବର ପ୍ରକାଶ
କେଉଁ ଭାବେ ଅଛ ଲୁଚି
ଏକାକୀ ଖେଳୁଛି ଲୁଚକାଳି ଖେଳ
ଖୋଜ, ଅଛି ଲୁଚି ଲୁଚି
ଆଉ ଥରେ ମାତ୍ର ଆସ ଗୋପପୁର
ତୁମ ରାଧା ଅଛି ଲୁଚି
ଘରୁ ବାହାରିଲେ ସେଇ କାହ୍ନା ପ୍ରଶ୍ନ
କାହ୍ନା କ'ଣ ଲୁଚି ଅଛି??

