କିଛି ତ ଅଛି,,,,,,,,,,,,,,,,,,
କିଛି ତ ଅଛି,,,,,,,,,,,,,,,,,,
ମାୟା ମୋହ ଭିତରେ ଜୀବନ ଚାଲିଛି
କର୍ତ୍ତା ଓ କର୍ମ ପରୀକ୍ଷା ଚାଲିଛି
ଜୀବନ ଆରମ୍ଭ ଭୂମାରୁ ଭୂମି ଯାଏଁ
ଜଳଚର ସ୍ଥଳଚର, ମାଟିରୁ ଆକାଶ ସମୁଦ୍ର
କେମିତି ଏସବୁ ସମ୍ଭବ
କିଛି ତ ଅଛି ନିଶ୍ଚୟ
ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ
ଏମିତି କେତେ ଅଙ୍ଗେ ଲିଭା କଥା
ପୁଣି ଅନେକ ଗୌରବ ଗାଥା
କଥାର ମଧୁରତା ଫୁଲର ମହକତା ପକ୍ଷୀର କୁଜ୍ଜନ
ଏସବୁ କଣ ସାଧାରଣ କଥା
କିଏ ନେଇ ଆଣି ଥୋଉଛି ଏ ଗହନ ପ୍ରଥା
କିଛି ତ ଅଛି ବିଶ୍ୱାସ, ନେବାକୁ ନିଶ୍ୱାସ
ପ୍ରାରବ୍ଧ ଅବା ଘଟୁଥିବା ଘଟଣା ସମୂହ
ସାମୁଦ୍ରିକ ଅବା ଜଳ ସ୍ଥଳ ଆକାଶ ପର୍ବତ
ଗୁଞ୍ଜରିତ ଜୀବନ ବାସ୍ତବ ସତ୍ୟ
କିଛି ତ ଅଛି ନିତ୍ୟ ନିୟମିତ
ପୁଣି କେବେ ସମ୍ଭାବନା ସମ୍ପ୍ରମିତ
ଆଦର ସମ୍ମାନ ଗର୍ବ ଗୌରବ ଭିତରେ ବିଖ୍ୟାତ
ନହେଉ ଶତପ୍ରତିଶତ
କିଛି ଅଛି ନିଶ୍ଚୟ ନିଶ୍ଚିନ୍ତ ଏ ଅସାର ସଂସାର ଅନିତ୍ୟ ।
