STORYMIRROR

Sujata Pati

Tragedy Classics

4  

Sujata Pati

Tragedy Classics

କିଛି ଶେଷ କଥା

କିଛି ଶେଷ କଥା

1 min
609

ଆଜି ଶେଷ ଚିଠି ଲେଖୁଛି ତୁମକୁ

  ଆଉ ଲେଖିବିନି କେବେ

ବାପା ଥିଲ ମୋର ଅତି ଆପଣାର

  ମନେ କି ପଡୁଛି ଏବେ ।


ବାହା ଦେଇ ସାରି ଦାୟିତ୍ବ ସାରିଲ

  ମୁଣ୍ଡରୁ ତ ବୋଝ ଗଲା

ଝିଅ ଭଲ ମନ୍ଦ କାହିଁକି ବୁଝିବ

 ସେ ପରା ଅଲୋଡା ଥିଲା ।


ସବୁବେଳେ ପୁଅ ସପକ୍ଷରେ ଥିଲ

  ପାଠ ସେ ଭଲ ପଢେନି

ଯେତେ ଭଲ କଲେ ପରୀକ୍ଷାରେ ଝିଅ

  ଆଦର ଜମା ମିଳେନି ।


ମା ଛେଉଣ୍ଡ ମୁଁ ପିଲାବେଳୁ ଥିଲି

  ସବୁ ବୁଝେ ଘର ଖବର

ଘର କାମ ସହ ପାଠ ପଢୁଥିଲି

  କରୁ ନ ଥିଲ ତ ଆଦର ।


ବାହା ହେବା ଦିନୁ ଶାନ୍ତିରେ ରହିନି

  ଭାବେ ମୁଁ ତୁମରି କଥା

ସବୁବେଳେ ତୁମ ଚିନ୍ତା ଘାରୁଅଛି

  ମନରେ ଆସୁଛି ବ୍ଯଥା।


ଏମିତି ଜାଗାରେ ବାହା ତ ଦେଇଛ

  ଫୋନ୍ କେବେ ଧରେ ନାହିଁ

ମୋ ଭଲମନ୍ଦ କାହାକୁ କହିବି

  ମାଆ ପରା ମୋର ନାହିଁ।


ଯେତେ ଚିଠି ଦେଲେ ଉତ୍ତର ଦେଉନ

  ଦେଖିବାକୁ ଥରେ ଆସୁନ

ମୋ ପାଇଁ ଏତେ ନିଷ୍ଠୁର କାହିଁକି

  ଦୁଃଖ ମୋର ଦେଖି ପାରୁନ ।


ପୁଅ ଝିଅ ମଧ୍ଯେ ଅନ୍ତର ଦେଖୁଛ

  ଏତେ ଘୃଣା ଭାବ କାହିଁକି

ସମୟ ଆସିବ ନିଶ୍ଚେ ପସ୍ତାଇବ

 ଖୋଜିଲେ ସତେ ମୁଁ ଯିବିକି ।


ସବୁବେଳେ ତୁମ ଶୁଭ ମନାସିବି

 ତୁମେ ମୋର ଜନ୍ମଦାତା

ବାପା ଥାଉ ଥାଉ ଅଭାଗିନୀ ହେଲି

  ଧନ୍ଯ ମୋ ଭାଗ୍ଯ ବିଧାତା ।


Rate this content
Log in

Similar oriya poem from Tragedy