STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

କିଛି ଖଟା କିଛି ମିଠା

କିଛି ଖଟା କିଛି ମିଠା

1 min
388


ସତ୍ୟଟା କମ୍ପୁଛି ପ୍ରବଳ ଜ୍ବରରେ

ଅହିଂସା ହୋଇଛି ବନ୍ଦୀ

ଚୁଗୁଲିଆ ଆଜି ନଗରେ ମାତନ୍ତି

ସାଧୁ ଖୋଜେ ଗଳିକନ୍ଦି।


ସ୍ନେହ ମମତାଏ ବାହୁନି କାନ୍ଦନ୍ତି

ଶ୍ରଦ୍ଧା ଝୁରେ ଦୁଃଖେ ବସି

କପଟ ନାଚୁଛି ଛନ୍ଦର ମଞ୍ଚରେ

ମାୟା ଛଳ ଜାଲ ଖୋସି।


କନିଷ୍ଠ ସାଜୁଛି ସର୍ବଶ୍ରେଷ୍ଠ ଏଠି

ଜ୍ୟେଷ୍ଠ ଲାଜେ ମଥା ନଏଁ

ଛାତ୍ର ହସେ ଦେଖି ବିଚରା ଗୁରୁଙ୍କୁ

କି ଅସହାୟ ଆଃ ଇଏ !


ଶୃଙ୍ଖଳା ଲୁଚିଛି ଅସଭ୍ୟ ଗାତରେ

ସଂସ୍କାର ଗଲାଣି ବୁଡି

ଅଜ୍ଞାନ ଦେଖୁଛି ଦିବା ସ୍ବପ୍ନ ଏଠି

ଜ୍ଞାନକୁ ପିନ୍ଧାଇ ଚୁଡ଼ି।


ନ୍ୟାୟ ସାଜିଲାଣି ପଳାୟନ ପନ୍ଥୀ

ଅନ୍ୟାୟ ପିନ୍ଧେ ମୁକୁଟ

ବିଚାର ଘରଟା ପୋଡି ଧ୍ବଂସ ହେଲା

ଠକ ମଡ଼ାଏ ମଲାଟ।


ଧର୍ମ ଡାକୁଅଛି ରକ୍ଷାକର ପ୍ରଭୁ

ପାପଟା ନେଲାଣି ଶୋଷି

ପୁଣ୍ୟ କହେ କାନ୍ଦି ଭିକ୍ଷା ମୁଠେ ଦିଅ

ଅଧର୍ମ ଦୁଆରେ ବସି।


ତେସ୍ତରୀ ବରଷ ବୁଢ଼ାଟା ହସୁଛି

ସ୍ବାଧୀନତା ସଂଜ୍ଞା ଭୁଲି

ନିର୍ଲଜ କୃତଘ୍ନ ଭୁତଟା ପାଗଳ

ପରାଧୀନ କାଳି ବୋଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational