STORYMIRROR

subrat kumar jena

Tragedy

3  

subrat kumar jena

Tragedy

କିଛି ହଜି ଯାଇଛି

କିଛି ହଜି ଯାଇଛି

1 min
214

କିଛି ହଜି ଯାଇଛି

ଖୋଜିଲା ଖୋଜିଲା ମୁହୂର୍ତ୍ତରେ ସବୁ

ଅଚିହ୍ନା ଅସ୍ପଷ୍ଠ ସ୍ୱର

ସମୟର ଶିଉଳି ଲଗା ଘାଟରେ

ତଥାପି ମନେ ଅଛି

ମଧୁର ମଧୁର କପଟତାର ସ୍ଥିର ଚିତ୍ର

କେମିତି ଭୁଲିବି କୁହ

ଏତେ ସବୁ ଯତନ ପରେ ପରେ

ସେଇ ଅଳନ୍ଧୁ ଲଗା ସିନ୍ଧୁକକୁ

ମାନ ଅଭିମାନରେ ଦେଇଥିଲ ଭେଟି

ସବୁ ରାଗ ରୁଷାକୁ

ଅପେକ୍ଷାରେ ଥିଲ ବୋଧେ

ବୁଝାମଣା କରିବାକୁ ଚୁକ୍ତିପତ୍ରରେ

ପୁଣିଥରେ ଚେଷ୍ଟା

ବାନ୍ଧିବାକୁ ହଜିଲା ମୁହୂର୍ତକୁ

ବାରୁଦର ଅଳିଆ ଗଦାରୁ

ଖୋଜିବାକୁ ମଣିଷ ପଣିଆ

ଯେଉଁଠି ଦେବରୁ ଦେବତ୍ୱକୁ

ମଣିଷ ଖୋଜିବୁଲେ ସ୍ୱାର୍ଥଲାଗି ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy