କିଛି ବ୍ୟଥା କିଛି କଥା
କିଛି ବ୍ୟଥା କିଛି କଥା
ଅନ୍ତର ବେଦନା ଅନ୍ତରେ କୁହୁଳେ
ଭାବରେ ପାଏନା ପ୍ରକାଶ,
ଭାବନାରୁ ଭାବ କାହିଁ କେତେ ଦୂର
ହୋଇଯାଏ ସତେ ନିରାଶ।
ପ୍ରେମ କି ପୀରତି ନୁହେଁ ଏଠି ଇତି
ମନର କଷଣ ଅନେକ,
ଶବ୍ଦର ଝଙ୍କାର ତୋଳି ପାରେ ନାହିଁ
ପଦଟିଏ ନା କୁହୁକ।
ଭଲପାଏ ଯାହା ନିଜଠୁଁ ନିଜର
ଜମା ରୁ ଅବୁଝା ନୁହେଁତ
ଯଦି ସେ ବୁଝି ବି ଅବୁଝା ରହିବ
ଦୋଷ କାହାର ସତେ କୁହ ତ ।
ଅକୁହା କଥା ଟି ହୋଇଯାଏ ମାଟି
ପାଏନା ଯେବେ ସେ ଆଦର,
ମହକ ମନ ର କେତେ ଆପଣାର
ସଦାକାଳେ ସେ ତ ମଧୁର।
ଅବୁଝା ଗଣିତ କଷି ତ ହୁଏନା
ଅଙ୍କାବଙ୍କା ହୁଏ ଜ୍ୟାମିତି,
ଜୀବନ ଭୂଗୋଳ ବଡ ଗୋଳମାଳ
ସୂତ୍ର ବିହୁନେ ପରିମିତି।
ଜୀବ ଥିବା ଯାଏଁ ଜୀବନ ରେ ଏଠି
ଅନେକ ତ ଆସେ ତୋଫାନ,
ସେଇ ତୋଫାନକୁ ସାମ୍ନା କରିବା
ପ୍ରାଣେ ଥିବାଯାଇଁ ପରାଣ।