କିଛି ଭଲ କରି ଯିବି
କିଛି ଭଲ କରି ଯିବି
ନିଜ ପାଇଁ ଯିଏ ଜୀଅଁଇ ଜୀବନ
ସିଏ କି ମଣିଷ କୁହ ?
ଆନ ପାଇଁ ଯିଏ ଦୁଃଖରେ ଟିକେ
ଝରାଇ ପାରେନି ଲୁହ।
ଦୁଇ ଦିନର ଏ ଜୀବନ ଆମର
ଏଇ ଅଛି ଏଇ ନାହିଁ
ଏଇକ୍ଷଣି ହସ ଆରକ୍ଷଣି କିସ
କି ହେବ ପାରିବ କହି ।
ଏଣୁ ଆସ ଏଇ ସୁନ୍ଦର ଜୀବନ
କରିବା ଗରିମା ମୟ
ସୁସ୍ଥ ଚିନ୍ତା କରି ସୁ ବାର୍ତ୍ତା ଦେଇ
ସତରେ ରଖିବା ଲୟ।
ଦୁଃଖୀ ଆଖିରୁ ପୋଛିବା ଲୁହ
ଅନ୍ଧର ହେବା ବାଡ଼ି
ନିଆଶ୍ରୀ ମଣିଷ ଓଠେ ଦେବା ହସ
ଯିବ ଦୁଃଖ ତାକୁ ଛାଡି।
ସପନ ଭରିବା ଆଖିରେ ତାହାର
ଭାଙ୍ଗି ଯାଇଛି ଯା ହୃଦ
ନିଷ୍ଠୁର ସମୟ ବଜର ନିକ୍ଷେପି
ଉଡାଇଛି ଯାର ନିଦ।
ବାପା ମାଆ ଆମ ଚଳନ୍ତି ଦେବତା
ଡାକିଲେ ଓ କରନ୍ତି
ତାଙ୍କରି ସେବାରେ କାର୍ପଣ୍ୟ ନକରି
ଏ ଜୀବନ ଯାଉ ବିତି।
ଦେଶ ମୋର ମାନ ସେ ମୋ ଅଭିମାନ
ତା ପାଇଁ ପରାଣ ଦେବି
ଛଅ ଖଣ୍ଡ ସବାରିରେ ଯିବା ପୂର୍ବୁ
କିଛି ଭଲ କରି ଯିବି।
