STORYMIRROR

Sadananda Sahoo

Tragedy Others

4  

Sadananda Sahoo

Tragedy Others

କିଛି ଅକୁହା କଥା

କିଛି ଅକୁହା କଥା

1 min
419


କେତେ ପ୍ରଶ୍ନବାଚୀ ଉଙ୍କିମାରେ ଆଜି

ମନ ଆକାଶରେ ମୋର ;

ଅକୁହା କାହାଣୀ କହିତ ହୁଏନି

ପ୍ରକାଶ୍ୟେ ନୁ6ହଁ ମଞ୍ଜୁର   !!


କବି ମନେ ବ୍ୟଥା ରହିଛି ସହସା

ସାଂପ୍ରତିକ ସ୍ଥିତି ଦେଖି  ; 

 ଅନ୍ୟାୟ ଅନୀତି ଅସହ୍ୟ ହେଲାଣି

 ଦେଖୁଚି ନିରୀହ ଆଖି    !!


ଜନମଙ୍ଗଳର ହିତକାରୀ ଦେଶ

 ଦୁର୍ବିସହ ସହ ତା'ର ଚିତ୍ର ;

ରାଜନେତା ଠାରୁ କୁଜିନେତା ଯାଏ

  ସଭିଏଁତ ମୋହଗ୍ରସ୍ତ !!


ଦୁଃଖୀ ଦରିଦ୍ରଙ୍କ ସେବାର୍ଥ ହଡ଼ପ

 ସାଜିଚିତ.  ମହାବ୍ରତ  ; 

ପ୍ରଶାସନ କଳ. ରାଜନେତା ବଳ

 ନଥିପତ୍ରେ  ଦସ୍ତଖତ  !! 


ସମୁଦ୍ରକୁ ଶଙ୍ଖେ ମିଳିଵକି ସତେ

 ବନ୍ୟା ବାତ୍ୟା ସହୟତା ;

ରଘୁ ବାମ ଦାମ ତାଲିକା ବନାମ

 ଏଇ ବୋଧେ ଜାତୀୟତା    !!


ଦୈତ୍ୟ ନଗରୀରେ ବରଷା ପାଣିରେ

 ରାଜ ରାସ୍ତା ନାକା ବନ୍ଦୀ  ; 

ଆବାସ ଭିତରେ ମୀନ ଖେଲିବୁଲେ

 ହନ୍ତସନ୍ତ  ଗୃହଲକ୍ଷ୍ମୀ     !!


ଲଘୁଚାପ ବର୍ଷା କଲାତ ନିଆଶା

 ଚାଷବାସ ବୁଡ଼ିଗଲା  ;

ଚାଷୀକୁଳ କାନ୍ଦେ ବନ୍ୟା ଉତ୍ପୀଡନେ

 ସହୟତା  ମୁକାବିଲା   !!


 ଭିଜା ମାଟି କାନ୍ଥ କେତେ ସମ୍ଭାଳିବ

 ତୁହାକୁ ତୁହା ଏବର୍ଷା   ;

ବିପଦ ସଙ୍କୁଳେ କେତେ ପରିବାରେ

 ବଞ୍ଚିବାରେ  ପୁଣି ଆଶା    !! 


ପ୍ରଧାନ ମନ୍ତ୍ରୀଙ୍କ ଆବାସ ସପନ

 ତେଲିଆ ମୁଣ୍ଡରେ ତେଲ ;

ତାଲିକାରେ ନାମ ଥିଲା ଗରିବର

ରାତିଅଧେ  କାଟିଦେଲ  !! 


ପଲିଥିନି ତଳେ ସପରିବାରେ

ବରଷା ଟୋପାରେ ଲୁହ ; 

ସବୁଠୁ ଦରୀଦ୍ରା ବିଧବା ଚେମିମାଆ

ହୃଦୟେ ଭରିଛି କୋହ   !! 


ଆହେ ପ୍ରଶାସନ ସୁବିଚାର କର

ନେତ୍ର ଖୋଲି ଥରେ ଦେଖ;

ଜନକଲ୍ୟାଣର ଡିଣ୍ଡିମ ପିଟୁଛ

 ହୃଦୟେ ଦରଦ ରଖ  !!


Rate this content
Log in

Similar oriya poem from Tragedy