Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Inspirational

3  

Mamatamanjari Das

Inspirational

କିଛି ଅବ୍ୟକ୍ତ....

କିଛି ଅବ୍ୟକ୍ତ....

1 min
248



ମଣିଷ ଜୀବନ ବ୍ୟର୍ଥ ହୋଇଯାଏ

ତୁଣ୍ଡେ ନ ରହିଲେ ପ୍ରଭୁ ନାମ

ପର ଦୁଃଖେ ଯଦି ହୃଦୟ ନ କାନ୍ଦେ

ଧିକ ଅଟେ ସେହି ମାନବ ଜନ୍ମ।


ଜ୍ଞାନ ଥାଇ ଯଦି ଜିଜ୍ଞାସା ନଥାଏ

ସେ ଜ୍ଞାନ ହୁଅଇ ନିରର୍ଥକ

ଧନ ଥାଇ ଯଦି ପ୍ରେମ ଭାଷା ନାହିଁ

ସେ ଧନର କିବା ଆବଶ୍ୟକ ।


ବନ୍ଧୁତାର ହାତ ବଢାଇଲେ ଥରେ

ବିଶ୍ୱାସ ହୁଅଇ ଲୋଡା

ମନରେ ଯଦି ବିଶ୍ୱାସ ନଥାଏ

ସେ ବନ୍ଧୁତା ହୁଅଇ ଅଧାଗଢା ।


ପରମାତ୍ମା ସହ ଆତ୍ମା ମିଶିଗଲେ

ସବୁ କିଛି ଲାଗେ ମିଛ

ମନ ଖୋଜି ବୁଲେ ସେ ଦିବ୍ୟସତ୍ତାକୁ

ଦୁନିଆ ଲାଗଇ ତୁଚ୍ଛ ।


Rate this content
Log in

Similar oriya poem from Inspirational