କିଛି ଅଭୁଲା ସ୍ମୃତି
କିଛି ଅଭୁଲା ସ୍ମୃତି
କେତେ ଦିନ କେତେ ରାତି
କେତେ ସଞ୍ଜ କେତେ ପାହାନ୍ତି ,
ତୁମକୁ ଖୋଜୁଛି ସମୁଦ୍ରର ବେଳାଭୂମିରେ
ନିର୍ଜନ ବସ୍ତୁ ମଧ୍ୟରେ
ଜହ୍ନ ତାରା ନିର୍ମଳ ଗଗନ ରେ ।।
ଯୋଉ ଆଡ଼କୁ ଚାହିଁ ଦେଲେ
ସେଇଠି ଦୃଶ୍ୟମାନ ତୁମ ମୁଖର ସେ ପ୍ରତିଛବି
ଗ୍ରହ ନକ୍ଷେତ୍ର , ଜଳ ସ୍ଥଳ
ତୁମକୁ ପାଉଛି ମୁହିଁ
ମୋ ଦେହର ସୁକ୍ଷ୍ମାଦି ସୁକ୍ଷ୍ମ କଣିକା ମଧ୍ୟରେ ,
ମୋର ବଞ୍ଚିବାର ପ୍ରତିଟି ନିଃଶ୍ୱାସ ପ୍ରସ୍ଵାସ ଭିତରେ ।
ଏଇ ହଜିବା ଖୋଜିବା , ପାଇବା ହରେ଼ଇବା ଭିତରେ
କୋଉଠି ନାହିଁ କ୍ଲାନ୍ତି ନା ଅଛି ଥକା କି ବିରକ୍ତି ।।

