STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କି କହିବି ମୁହିଁ

କି କହିବି ମୁହିଁ

1 min
552

ନାହିଁ କିଛି ଏଠି କହିବାକୁ ମୋର

  ନାହିଁଟି ଧ୍ୟାନ କାହାର,

ସ୍ୱାର୍ଥରେ ଜଡ଼ିତ ରହିଛନ୍ତି ଏଠି

  କେ ଶୁଣେ କଥା କାହାର।୧।


କିପରି ମନୁଷ୍ୟ ଗଢିଲୁ ଦଇବ

  ସ୍ୱାର୍ଥକୁ କାହିଁକି ଦେଲୁ,

ସ୍ୱାର୍ଥକୁ ହିଁ ଦେଖେ ଜନତା ସେବାରେ

  କିପରି ସଂସାର କଲୁ।୨।


ଅଟେ ଜନସେବା ନାଟକ କାହାର

  ମନରେ ସ୍ୱାର୍ଥ ରହିଛି,

କିପରି ହୋଇବା ସଫଳ କାର୍ଯ୍ୟରେ

  ମନରେ ଚିନ୍ତା ଆସୁଛି।୩।


ଏକ ଅନ୍ୟକର ଗୋଡ଼ ଟାଣୁଛନ୍ତି

  ନିଜର କାମନା ପାଇଁ,

କିପରିଟି ହେବ ସୁରକ୍ଷା ଭାଷାର

  ବିଚ୍ଛିନ୍ନ ଭୂମିର ପାଇଁ।୪।


ଲଜ୍ଜିତ କରୁଛି ମନୁଷ୍ୟର ନୀତି

  ଦୁଃଖିତ ମନ ହେଉଛି,

ହୋଇ ସ୍ୱାର୍ଥପର କାର୍ଯ୍ୟରେ ଜଡ଼ିତ

  ଜନଙ୍କୁ ଠକି ଚାଲିଛି।୫।


ନାହିଁ ପ୍ରେମ ଭକ୍ତି ନାହିଁ ସେବାଭାବ

  ହୁଏ ସବୁ ଦେଖାଣିଆ,

ଠକ ନୀତି ଏଠି ହୋଇଅଛି ମନ୍ତ୍ର

  ସବୁକିଛି ଭୁଲାଣିୟା।୬।


କିପରି ପାଇବେ ଓଡ଼ିଆରେ ଶିକ୍ଷା

  ଗୋଡ଼ ଟାଣେ ଅନ୍ୟଙ୍କର,

ରଖିବା କିପରି ଭାଷାର ଗୌରବ

  ଏକତ୍ରିତ ଦରକାର।୭।


ଅହଂକାର ଭୁଲି ଆସ ଏକ ମଞ୍ଚେ

  ଉଚିତ ସମୟ ଏହି,

ସମସ୍ୟାର ପାଇଁ କର ଆୟୋଜନ

  ଆସିଛି ସମୟ ଏହି।୮।


ରକ୍ଷା କରିବାହେ ଜନନୀର ଭାଷା

  ଭାଷାତ ଆମ ଓଡ଼ିଆ,

ରୋଦନ କରୁଛ ବିଚ୍ଛିନ୍ନ ଭୂମିଟି

  ହୋଉଛି ଶୂନ୍ୟ ଓଡ଼ିଆ।୯।


ଏକତ୍ରିତ ହୁଅ ବିଚ୍ଛିନ୍ନ ଭୂମିରେ

  ଭାଷାର ସୁରକ୍ଷା ପାଇଁ,

ହିଂସା ଭାବ ସବୁ ତିଳାଞ୍ଜଳି ଦେଇ

  ଠିଆ ହୁଅ ଭାଷା ପାଇଁ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy