ଖୁସିର ଲୁହରେ ଦିନଟିଏ
ଖୁସିର ଲୁହରେ ଦିନଟିଏ
ଯେତେବେଳେ ବଢିଯାଏ ମନେ ଭାବର ପ୍ରବାହ
ଦୁଇ ଆଖି ତଳୁ ଆସେ ଲୁହର ପ୍ରବାହ
ଯେଉଁ ଦିନ ଦୁଃଖ କଷ୍ଟ ମନେ ଭରି ଥିଲା
ନିଜ ପାଇଁ ଚାକିରୀଟେ ଦରକାର ଥିଲା
ଅଭାବରେ କଷ୍ଟେମଷ୍ଟେ ପରୀକ୍ଷାଟେ ଦେଲି
ଲେଖାଲେଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ମୁଁ ହେଲି
ଏହା ପରେ ହେଲା ଏକ ମୌଖିକ ପରୀକ୍ଷା
ସେହିଠାରୁ ପାସ ହେଲା ଜୀବନର ଦୀକ୍ଷା
ଅତିଶୟ ଖୁସି ମୋର ସମ୍ଭାଳି ନପାରି
ଖୁସିର ଲୁହରେ ଦିନ କୃତ୍ୟ ଦେଲି କରି
