STORYMIRROR

Sagar Kumar Parida

Inspirational Others

2  

Sagar Kumar Parida

Inspirational Others

ଖୁସି

ଖୁସି

1 min
101

ଛୋଟ ଶିଶୁଟି ମାଆ ପାଖରେ

ଖୁସିରେ ଥାଏ ରହି,

ମାଆର କୋଳ ସରଗପୁର

ସବୁ ପିଲାଙ୍କ ପାଇଁ।।

କାନନେ ଫୁଲ ଦେଖିଲେ ପିଲା

ଖୁସିରେ ଆତ୍ମହରା,

ପରଜାପତି ଧରିବା ପାଇଁ

ମନେ ଆଗ୍ରହ ଭରା।।

ମହତ ଜନ ହୁଅଇ ଖୁସି

ଦୁଃଖୀର ସେବା କଲେ,

ସେବାରେ ଯେଉଁ ଖୁସିଟି ମିଳେ

ଦୁଲ୍ଲଭ ଏ ସଂସାରେ।।

ଚାଷୀ ମନଟି ହୁଅଇ ଖୁସି

ଭଲ ହୋଇଲେ କ୍ଷେତ,

ସେହି କ୍ଷେତରୁ ଅମଳ କରି

ଯୋଗାଏ ଜନେ ଶସ୍ୟ।।

ପିତା ମାତାଙ୍କୁ ଖୁସି ଲାଗଇ

ସନ୍ତାନ ହେଲେ ଯୋଗ୍ୟ,

ସେହି ସନ୍ତାନ ଅଯୋଗ୍ୟ ହେଲେ

ଦିଅଇ ବହୁ ଦୁଃଖ।।

ସାଂସାର ମଧ୍ୟେ ମିଳଇ ଖୁସି

କଲେ ବିଭୁଙ୍କୁ ଧ୍ୟାନ

ଶ୍ରୀ ଜଗନ୍ନାଥ ସୁଖ ସାଗର

ଦୁଃଖ ସଂସାରେ ଜାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational