STORYMIRROR

Chinmayee Sahoo

Tragedy

3  

Chinmayee Sahoo

Tragedy

କହରେ କାଳିଆ

କହରେ କାଳିଆ

1 min
170


କହରେ କାଳିଆ ତୋହରି ଭଳିଆ 

କିଏ ବା ଆଉ ହୋଇବ ?

ଅଭଡା ଅନ୍ନକୁ ଆନନ୍ଦ ବଜାରରେ

ଭକ୍ତ ପାଇଁ ବାଢିଦେବ।


ଟଙ୍କତୋରାଣିରେ ମେଣ୍ଟାଇବ ଶୋଷ

କଳ୍ପବଟେ ଦେବ ଛାୟା

ବାଇଶିପାହାଚେ ଗଡ଼େଇ ସେନେହେ

ଲଗାଇ ଅତୁଟ ମାୟା।

ବାନ୍ଧିରଖି ପ୍ରେମେ ସଦା ଭକତରେ

ଦୁଃଖସୁଖ ବୁଝୁଥିବ

କହରେ କାଳିଆ ମୋ ଚକା ଡୋଳିଆ 

କିଏ ତୋ ପରି ହୋଇବ ।....୧


କାନ ନାହିଁ ତୋର ଶୁଣି ପାରୁ ମାତ୍ର

ପାଦ ବିନା ପାରୁ ଚାଲି

ଅଧା ଗଢା ହାତ ବଢ଼େଇ ନଡ଼ିଆ 

ନେଇପାରୁ ପ୍ରଭୁ ବୋଲି।

ଲକ୍ଷେ ଯୋଜନରେ ଥାଇ ବିପଦରୁ 

ଭକ୍ତେ ତାରୁ ଆହେ ଦେବ

ତୋହରି ଭଳିଆ ଭାବବିନୋଦିଆ

ଆଉ କିଏ କାହିଁ ଥିବ ....୨




Rate this content
Log in

Similar oriya poem from Tragedy