Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ଖରାର ଦାଉ

ଖରାର ଦାଉ

1 min
240



ଡହଡ଼ହ ଖରା ମାରୁଛି ଝାଇଁ

ଗରମ ପବନ ସାଆଇଁ ସାଇଁ।୧

ଦେହରେ ଝରୁଛି ଟୋପାକୁ ଟୋପା

ସତେକି ଈଶ୍ବର ବହୁତ ଖପ୍ପା?୨

ଦେହରେ ରହୁନି କପଡା଼ ମୋଟେ

ଖୋଲି ଦେବାପାଇଁ ମନ ଚହଟେ।୩

ଦେହ ଈଶ୍ବରକୁ କେ'ଦେଲା ଘାରି

ଦୌଡି଼ ବୁଲୁଛୁ ପାଗଳ ପରି।୪

ମନ ମନ୍ଦିରରେ ଠାକୁର ନାହିଁ

ବ୍ଯାକୁଳିତ ସହ ରହୁଛୁ ଚାହିଁ।୫

କିଏ ଦେବ ସୁଖ ମନ ହୃଦକୁ

ଖରା କାହିଁପାଇଁ ମାରେ ସଭିଙ୍କୁ।୬

ଘରେ ଓ ବାହାରେ ସବୁଠି ଦୁଃଖ

କେଉଁଠି ମିଳୁନି ଟିକିଏ ସୁଖ।୭

ଖରା ଏ ଧରାକୁ ଆସୁଛ କାହିଁ

ଅବସାଦ ସବୁ ପ୍ରାଣୀଏ ଚାହିଁ।୮

ପ୍ରାର୍ଥନା କରୁଛୁ ଖରା ହେ ଶୁଣ

ସନ୍ତୋଷ ଦିଅନ୍ତୁ ମାରନି ବାଣ।୯

ଏହିବାଣ କେତେ କଷ୍ଟ ହୃଦକୁ

ଭୋଗୁଅଛୁ ବୋଲି କହୁ ତୁମକୁ।୧୦

    


Rate this content
Log in

Similar oriya poem from Abstract