STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ଖରାପ ସପନ

ଖରାପ ସପନ

1 min
277

ଖରାପ ସପନ

ବେଳେ ବେଳେ ଖରାପ ସମୟ

ଉପୁଜିଲେ

ଚିନ୍ତାଗ୍ରସ୍ଥ ମନୁଷ୍ୟର

ନିଦ୍ରା ହଜିଯାଏ

ଯଦି କିଛିକ୍ଷଣ ଆଖି ଲାଗିଯାଏ

ତଥାପି , ନିଦ୍ରାଭଙ୍ଗ ହୋଇଯାଏ

ଖରାପ ସପନରେ

ଭୀତତ୍ରସ୍ଥ ମନ କମ୍ପନ ହୃଦୟରେ

ହାତଦେଇ ବସିଯାଏ

ରାତି ଅଧରେ

ନିଜକୁ ଦେଖିଲେ ଯାହା

ଅନ୍ୟକୁ ଫଳଇ

କୁହନ୍ତି ମା' ମୋର ମନକୁ ବୁଝାଇ

ମଧ୍ୟରାତ୍ର ସ୍ବପ୍ନ କିବା

ହୋଇବ କି ସତ

କାହିଁ ମନ ଉଣାକରୁ ଏତେ ଭୟଭୀତ

ପାହାନ୍ତି ସପନ କାଳେ

ସତ ଯେ ହୁଅଇ

ସଭିଏ କୁହନ୍ତି

ସପନ ବିନା ଜୀବନ କି କେବେ

ସଫଳ ଜୀବନ

ମା'ମୋତେ ବୁଝାନ୍ତି

ଖରାପ ସପନ ଛାଡି ଦେଖେ ସୁକୃତ ସପନ

ନିଶ୍ଚେ ଦିନେ ବାସ୍ତବ ରୂପ ନେବ

କୃପାକଲେ ଭଗବାନ

ଗୀତାରେ ଅଛିଲେଖା

କହନ୍ତି ଶ୍ରୀକୃଷ୍ଣ ଭଗବାନ

କର୍ମଣ୍ୟେ ବାଧିକାରେସ୍ତୁ

ମା ଫଳେଷୁ କଦାଚନ

ଯଦି ବା ସପନ ନହୁଏ ପୂରଣ

କରେ ନାହିଁ ଦୁଃଖ ମନ

ହାରେ ନାହିଁ ସେ ଜଗତରେ କେବେ

ଯଦି କରୁଥାଏ ସଦା ଉଦ୍ୟମ

ଅସ୍ଥିର ମନ ତୋର ହୋଇବ ଯେ ସ୍ଥିର

ସଂଘର୍ଷ ବିନା ଜୀବନ ସଫଳ କି

କେବେ ପଢିଛୁକି ଜୀବନୀ କାହାର

    


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract