ଖଜୁରୀ ଗଛ ଓ କବିତା ପାହାଚ
ଖଜୁରୀ ଗଛ ଓ କବିତା ପାହାଚ
ଚଳନ୍ତି ସମାଜରେ କିଏ କାହା ଗୁଣ ଗାଉଛି
ସର୍ବେ ନିଜେ ନିଜେ ଜ୍ଞାନୀ ଗୁଣୀ
ନିଜ ଲେଖା କବିତା କିଏ ଅବା ପଢୁ ନ ପଢ଼ୁ
କବି ବୋଲି ନିଜକୁ ବଖାଣି
ମୋବାଇଲ୍ ,ଗଣ ମାଧ୍ୟମ ନିହାତି ଉପଲବ୍ଧ
ସହଜରେ ହାତ ପାଆନ୍ତା ରେ
ଏତେ ମାତ୍ରାରେ କବି ଲେଖକ ଏଇ ସମାଜରେ
ଜାଣିହୁଏ ଗଣ ମାଧ୍ୟମରେ
ସାହିତ୍ୟ ସଂସଦ ନାମରେ ମାନପତ୍ର ପ୍ରଦାନ
ଦ୍ରୁତ ଗତିରେ ଚାଲୁ ରହିଛି
ଗୋଟିଏ ବିଷୟକୁ ଅଲଗା ଅଲଗା ଶୀର୍ଷକ
ସାହିତ୍ୟର ଚାଷ ହେଉଅଛି
ଲାଇକ ଓ କମେଣ୍ଟ ଦେଇ ବାଃବାଃ ଲେଖି ଜଣେଇ
ଲେଖକର ମନୋବଳ ବୃଦ୍ଧି
ପ୍ରତିଯୋଗୀତା ନାମରେ ସମୟ ଅଭାବ ହୁଏ
ପୁଣି ଦିଶୁନାହିଁ ବିଦ୍ୟା ବୁଦ୍ଧି
ସାହିତ୍ୟ ସଂସଦ ପରିଚାଳନା-କାରୀ ବ୍ୟସ୍ତତା
ସହଜେ ବାରି ହୋଇ ପଡ଼ୁଛି
ସାହିତ୍ୟକୁ ଜୀବନର ଏକ ଅଙ୍ଗ ଭାବି କାର୍ଯ୍ୟ
ସମ୍ପାଦନ ନିହାତି ହେଉଛି
ଯିଏ ଯାହା ଯେମିତି ଲେଖିଲେ ବି ମାନପତ୍ର ର
ଆବଶ୍ୟକତା ପ୍ରାୟ ରହିଛି
ଯଦି କେହି ପ୍ରତିରୋଧ ଅବା ପ୍ରତିବାଦ କରେ
ସଭ୍ୟ ପଦ ରଦ୍ଦ ଭୟ ଅଛି
କବିତା ଆସର କବିତା ପାଠ ଉତ୍ସବ ହୁଏ
ଗୁଗୁଲ୍ ମିଟ୍ ସହାୟତାରେ
ଘରେ ରହି କବିତା ପଢ଼ିବା ସୁଖ ଅନୁଭବ
ପ୍ରାୟ, କହିଲେ ବି' ନ ସରେ
ବିଚାରକ ମଣ୍ଡଳୀକୁ ଧନ୍ୟ କହିବାକୁ ହେବ
ସାହିତ୍ୟର ବିକାଶ ହେଉଛି
କାହାରି ମନରେ ଦୁଃଖ ନ ଦେଇ ପ୍ରତିଯୋଗୀଙ୍କୁ
ଅଂଶଗ୍ରହଣ ପତ୍ର ମିଳୁଛି
ଆଧୁନିକ ସାହିତ୍ୟର ବିକାଶ ନିତି ହେଉଛି
ସାମାଜିକ ଗଣ ମାଧ୍ୟମରେ
ଖଜୁରୀ ଗଛ ର ଗୁଣ କିଏ ଗାଉ ବା ନ ଗାଉ
ମୂଳରୁ ପାହାଚ ପାହାଚରେ
କବିତା ପଢ଼ି ମତାମତ ପାଇଁ ବି ମାନପତ୍ର
ଶ୍ରେଷ୍ଠ ପାଠକ ରୂପେ ମାନ୍ୟତା
ପ୍ରତିଯୋଗିତାରେ ଚାରି ଜଣ ବି ଅଂଶ ଗ୍ରହଣ
ଶ୍ରେଷ୍ଠ ସହ ସଫଳ ବିଜେତା
ନିଜ ଲେଖା ପ୍ରଚାର ପ୍ରସାର ନାମରେ ସଂସଦ
ଦୃତ ଗତିରେ ଚାଲୁ ରହିଛି
ସାଧାରଣ ସଭ୍ୟଙ୍କ ମନ୍ତବ୍ୟ କେହି ଶୁଣୁ ନାହିଁ
ସଭ୍ୟ ପଦ ନାକଚ ହେଉଛି
ବେପାର ଚାଲିଛି କହିଲେ ଭୁଲ୍ ହୋଇ ଯିବ
ସଂସଦରେ ମିଶିବା ହିଁ ଭୁଲ୍
ଖଜୁରୀ ଗଛରେ ଯେମିତି ହେଲେ ବି ପାହାଚ
କବିତାର ପାହାଚ ମୁସ୍କିଲ