Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

କହିଲା ମେଳିଆ ତୋଟା

କହିଲା ମେଳିଆ ତୋଟା

1 min
199


   ଆଜି ମାଟିର ସ୍ଵର

   ଦ୍ଵିତୀୟ ବାର୍ଷିକ (୨୦୨୩) ଉତ୍ସବେ

   କହିଲା ମେଳିଆ ତୋଟା

   ହେ କବି କବୟିତ୍ରୀ ବୁଦ୍ଧିଜୀବି

   ସାମ୍ବାଦିକ ସମାଜସେବୀ

   ସଂଗ୍ରାମ ତବ ହେବ ନାହିଁ କେବେ ବୃଥା

   ମା ମାଟି ପାଇଁ କଲମ ଧରିଛୁ

   ହାତ ମୁଠା ଟାଣ କରୁଥା ।


    ଏ ମାଟିର ସ୍ଵର

    ଖାଲି ମାଟିର ସ୍ଵର ନୁହେଁ

    ଏ ବିପ୍ଳବର ସ୍ଵର

     ଏ ବିପ୍ଳବୀ ଙ୍କ ସ୍ଵର

    ଖଟିଖିଆ ମେହନତୀ ମଣିଷର ସ୍ଵର

    ଦେଶ ଗଢିବାର ଜାତି ବଢିବାର ସ୍ଵର

    ଶାସନ ତନ୍ତ୍ର ନାମେ 

    ଶୋଷଣ ତନ୍ତ୍ର ବିରୁଦ୍ଧେ

     ଜାଗରଣ ଆଣିବାର ସ୍ଵର ।


   ଅତ୍ୟାଚାରୀ ହତ୍ୟାକାରୀ ଙ୍କ ବିରୁଦ୍ଧେ

   ଶାସିତ ଶୋଷିତ ହକ୍ ପାଇଁ

   ଲଢୁ ଥିବା ଲଢୁଆ ମେଳିଆଙ୍କ ସ୍ଵର

   ସେ ସ୍ଵପ୍ନ କରିବା ପାଇଁ ସାକାର

   ହେ କବି କବୟିତ୍ରୀ ବୁଦ୍ଧିଜୀବି

   ତୁମ କଲମ ମୁନକୁ ଟାଣ କର

    ଏ ଶୋଷଣ ତନ୍ତ୍ର ପୁଞ୍ଜିବାଦୀ

   ଶାସକ ଶୋଷକ ଙ୍କ କ୍ଷମତା ଶୃଙ୍ଖଳକୁ

    ଛିନ୍ନ କର ତୁମେ ଛିନ୍ନ କର ।


   ଆଜି କହିଲା ମେଳିଆ ତୋଟା

   ଟଙ୍କି ଚାଉଳରେ ପେଟ ପୂରେ ନାହିଁ

   ସରେନି ଦୁଃଖ ଛତା କମଳ ପାଇଁ

   ଗରିବୀ ହଟେନି 

    ଶୋଷକଙ୍କ ହାତ ଟେକାରେ

    ଶିକ୍ଷା ଆମ ମୌଳିକ ଅଧିକାର

   ଆମ ଜନତା ପାଆନ୍ତୁ ସଭିଏଁ ଶିକ୍ଷା ରେ

   ଗୁଣାତ୍ମକ ମାନ ବଢାଇବା ଶିକ୍ଷା ଓ ସ୍ଵାସ୍ଥ୍ୟ ର

   ହେ ଜନଗଣ ତୁମ ମୌଳିକ ଅଧିକାର

   ତୁମେ ସରବେ ଦାବି କର

  ଏ ନୁହେଁ ପରିହାସ କି ମଜା ଥଟ୍ଟା

  ଆଜି କହିଲା ମେଳିଆ ତୋଟା

   ସାଜ ହେ କବି କବୟିତ୍ରୀକବୟିତ୍ରୀ ଲେଖକ ସବୁ

  ଏ ଦେଶର ଜାଗ୍ରତ ପ୍ରହରୀ ଗୋଟା ଗୋଟା।


   ଆଣ ଏ ସମାଜେ ନାରୀ ସ୍ବାଧୀନତା

   ବନ୍ଦ୍ କର ତୁମେ କନ୍ୟା ଭୃଣ ହତ୍ୟା

   ମା କୁ ସମ୍ମାନ ଗାଁ କୁ କାମ

  ହୋଇ ନ ରହୁ ତୁଣ୍ଡ ର ବାରତା

   ଆଚରଣ ଉଚ୍ଚାରଣେ ନ ରହୁ ବିଭେଦତା

   ମିଛ ପ୍ରତିଶ୍ରୁତି ମିଛ ସ୍ଲୋଗାନ ଭାଷଣେ

   କେତେ ଦିନ ଆଉ ଚାଲିବ ଏ ଦେଶ

   ମେଳିଆ ତୋଟା କହିଲା ଆମ ସର୍ବ

   ବୁଦ୍ଧିଜୀବି ଙ୍କୁ କରି ତା'ର ବିଦୃପ ହସ

  ସମୃଦ୍ଧ ଦେଶ, ସମୃଦ୍ଧ ଜାତି

  ସମୃଦ୍ଧ ବିଶ୍ଵ ଗଢିବାରେ 

  ଯଦି ଅଛି ତବ ସଭିଙ୍କର ଇଛା

  ମନେ ପକା ତୁମ ପୂର୍ବଜ କନ୍ଧମେଳି ଙ୍କ କଥା

 ଶିଖେଇଲା ପୁଣି କହିଲା ଆମ ସଭିଙ୍କୁ 

  ଆଜି ଦଶପଲ୍ଲା ର ଐତିହାସିକ ମେଳିଆ ତୋଟା ।


    

   

    

       

   

  

    

    


Rate this content
Log in

Similar oriya poem from Abstract