କହିବାର ଥିଲା ଯାହା
କହିବାର ଥିଲା ଯାହା
କହିବାର ଥିଲା ଯାହା
ପାରିଲିନି କହି,
ଜାଣି ଜାଣି ଦୁଃଖ ଦେଲ
ଧନ୍ୟ ଆହେ ବିହି ।
ଅକାଳରେ ବର୍ଷି ଗଲା
ଦୁଃଖଦ ବରଷା,
ତୁମ୍ଭର ଚରଣେ କାହିଁ
କରିବି ଭରସା l
ବରପୁତ୍ର ତ୍ୟାଗି ଦେଲେ
ଏ ସାରା ସଂସାର,
ଛାଡ଼ି ଗଲେ କିର୍ତ୍ତୀ ମାନ
ରହିବେ ଅମର l
ସାରସ୍ୱତ ଜଗତର
ଶ୍ରେଷ୍ଠ ଶିରୋମଣୀ,
ତୁମ୍ଭେ ଆମ ବ୍ରହ୍ମା ବିଷ୍ଣୁ
ତୁମ୍ଭେ ଜ୍ଞାନୀ ଗୁଣୀ l
ଆସି ଗଲା କେତେବେଳେ
ଅଭାବନୀୟ କାଳ,
ଜୀବ ଜୌତି ଲିଭିଗଲା
ତୁମ୍ଭେ ଚାଲି ଗଲ l
ପାଇବୁନି ତୁମ୍ଭ ପରି
ଦ୍ୱିତୀୟ ସଜ୍ଜନ,
ଯେତେ ଚେଷ୍ଟା କଲେ ସୁଦ୍ଧା
କାନ୍ଦୁଛି ଏ ମନ l
କାହିଁ ଗଲ ପୂଜ୍ୟ ଗୁରୁ
ବାଛି ନେଲ ପଥ,
ତୁମ୍ଭ ବିନୁ ଶିଷ୍ୟ ଗଣ
ହୋଇଲୁ ଅନାଥ l