Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy Others

4  

Birakishore Nayak

Tragedy Others

କହି ହୁଏନା

କହି ହୁଏନା

1 min
295



ଜୀବନ କେତେ ତ କାହାଣୀରେ ଭରା

       କେବେ ହସ କେବେ ଲୁହ,

କେବେ ତ ମୁଣ୍ଡାଏ ପାପର ପସରା

       ଅକୁହା ବ୍ୟଥାର କୋହ |

କହି ହୁଏ ନାହିଁ ସହି ବି ହୁଏନା

       ଛାତି ହେଉଥାଏ କୋରି,

ମନ ପାପ ମନେ ମରେ ନୀରବରେ

       ଦିନ ଯାଏ ସରି ସରି |

ପରକୀୟା ପ୍ରୀତି ଅତି ଗୋପନୀୟ

       କହି ବି ହୁଏନା କେବେ,

ବିଶ୍ୱାସରେ ବିଷ କେହି ଦିଏ ଯଦି

       ଲୁଚାଇ ରଖେ ସେ ତେବେ |

ସଭିଙ୍କ ଜୀବନେ ଏମିତି ତ ସ୍ମୃତି

       ହୃଦୟରେ ଲୁଚିଥାଏ,

ଯେବେ ମନେ ପଡେ ନୀରବେ ନୀରବେ

       ଦଂଶନ ଯେ କରିଥାଏ |

କଥାରେ କହନ୍ତି ସତ ଲୁଚେନାହିଁ

       ଧରା ପଡେ ନିଶ୍ଚେ ଦିନେ,

କିନ୍ତୁ ଲୁଚେ କିଛି ସମାଜ ଆଖିରେ

       ଚେଇଁରହି ତାହା ମନେ |

ପତି ଅବା ପତ୍ନୀ କେହି ବି କା ଆଗେ

        କହି ପାରନ୍ତିନି କିଛି,

ବିବାହ ପୂର୍ବରୁ ହୋଇଥିବା ପ୍ରୀତି

        ହୃଦୟରେ ଥାଏ ଲୁଚି |

ଯେଉଁଠି ଗୋପନ ରହିପାରିନାହିଁ

       ଝଡ଼ ଆସିଛି ଯେ ମାଡି,

ଦାମ୍ପତ୍ୟ ଜୀବନେ ଅଳନ୍ଧୁର କାୟା 

       ଅକାଳେ ଯାଏ ଯେ ଝଡି |

ଏମିତି ଘଟଣା ଘଟିଛି ସଂସାରେ

       ମଲାବେଳେ କହେ ସତ,

ନକହିଲେ ପରା ଜୀବନ ଯାଏନି

       ପାପ ହୋଇଥାଏ ବ୍ୟକ୍ତ |

ନିଜ ପାଇଁ ଯାହା ଅକୁହା କାହାଣୀ

       ନକହିବା ଭାରି ଭଲ,

କହିଲେ ନିଶ୍ଚୟ ଦୁନିଆ ବୁକୁରେ

       ପିନ୍ଧିବ କଳଙ୍କ ଖୋଳ |


Rate this content
Log in

Similar oriya poem from Tragedy