STORYMIRROR

Sanjaya Ananda Kumar Tripathy

Romance

3  

Sanjaya Ananda Kumar Tripathy

Romance

କହି ଦିଅ ମନ ଖୋଲି

କହି ଦିଅ ମନ ଖୋଲି

1 min
322

ତୁମ ପ୍ରେମ ଯଦି ମିଳିଯିବ ମୋତେ

ଜୀବନ ବଦଳି ଯିବ,

କେତେଦିନ ଧରି ଚାହିଁ ବସିଅଛି

ସ୍ବପ୍ନ ମୋ ପୁରଣ ହେବ ।


ତୁମେ କି ଜାଣିନ ତୁମ ପାଇଁ ମୁହିଁ

ରାତି ଉଜାଗର ରହି,

ବସି ବସି କେତେ କବିତା ଲେଖିଛି

ନିଦକୁ ହଜାଇ ଦେଇ ।


ଭୁଲିଛି ଦୁନିଆଁ ଆଉ ସବୁ କିଛି

ତୁମରି ପ୍ରେମରେ ପଡି,

ଏବେ ଆଉ ତୁମେ କର ନାହିଁ ମନା

ଆସିଛି ପରୀକ୍ଷା ଘଡି ।


ସତେ ଯଦି ମତେ ପ୍ରେମ କରୁଅଛ

ଲାଜ ଆଉ କାହିଁପାଇଁ,

କହିଦେଲେ ସବୁ ଠିକ ହୋଇଯିବ

ସବୁ ତ ଯିବ ମିଳାଇ ।


ଡେରି କର ନାହିଁ ପାଶେ ଚାଲିଆସ

କହିଦିଅ ମନ ଖୋଲି,

ଅନାଇ ରହିଛି ଶୁଣିବି ବୋଲି ମୁଁ

ମତେ ଭଲ ପାଅ ବୋଲି ।


ଗଢିବା ଆମର ନୂତନ ସଂସାର

ଯେବେ ଦୁହେଁ ଆମେ ମିଶି,

ଦୁଃଖ କେବେ ଆଉ ପାଶେ ଆସିବନି

କେବଳ ଖୁସି ଓ ଖୁସି ।

***** 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance