STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଖେଳିବା ମନ ଭରି"

"ଖେଳିବା ମନ ଭରି"

1 min
171

ଦେଖରେ ଦେଖ ପରଜାପତି

ଡେଣାକୁ ଝାଡ଼ି ଝାଡ଼ି

ଫୁଲରୁ ଫୁଲ ପରାଗ ବୁଣେ

ଖୁସିରେ ଉଡି ଉଡି

କାନ୍ଦି କାନ୍ଦିକା ଫୁଲେଇ ଶୀତ

ଗଲାଣି ଏବେ ଲୁଚି

ଫଗୁଣ ଆସେ ବସନ୍ତ ହସେ

ଦାନ୍ତକୁ ଚିପି ଚିପି

ମଳୟ ବାଆ ବହି ଗଲାଣି

ଦେହକୁ ଛୁଇଁ ଛୁଇଁ

ଗଛରେ ଫୁଟି ମଧୁ ମାଳତୀ

ସରମେ ଯାଏ ନଇଁ

ଆସିଲା ଦୋଳ,ଠାକୁର ମେଳ

ଗାଆଁ ମୁଣ୍ଡରେ ଯାତ

ଖେଳିବା ହୋଲି,ରଙ୍ଗ,ଅବିର

ଆସରେ ଆସ ମିତ

କଅଁଳ ଖରା , ହସଇ ଧରା

ନାହିଁ ବରଷା ଛିଟା

ହସ ଖୁସିର ପସରା ମେଲି

କରିବା କିଣା ବିକା

ଛୁଟାଇ ବାସ, ଫୁଲ ମହକ

ମନକୁ ନିଏ ହରି

ବରଷେ ଥରେ ଆସିଛି ହୋଲି

ଖେଳିବା ମନ ଭରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract