STORYMIRROR

CHARUBALA PADHI

Tragedy

4  

CHARUBALA PADHI

Tragedy

ଖବର ଆସିଛି

ଖବର ଆସିଛି

1 min
260

ଖବର ଆସିଛି,

ବିନା ଯୌତୁକରେ

ଉଠିବନି ସବାରୀ ।

ପୁଣିଥରେ ବୋଧେ,

ଦରିଦ୍ରତାର କୁଠାରଘାତରେ 

ଭାଙ୍ଗିଯିବ କିଛି ଅସ୍ଥି,କଙ୍କାଳ।

ବୟସର ଅପରାହ୍ନରେ

ବନ୍ଧା ପଡିବ ଗରିବୀ ପଣିଆ ।

ଅସହାୟ ,ନିରୁପାୟ ହୋଇ ବିକିଦେବ 

ଆତ୍ମ ସ୍ଵାଭିମାନକୁ କିଛିଟା ଅର୍ଥପିପାସୁ ,

ନପୁଂସକଙ୍କ ନିକଟରେ ।

ସବୁକିଛି ତ୍ୟାଗ କରି, ନିଃସ୍ଵ ହେବ ସେ ସମାଜ ଆଗରେ ।


ନହେଲେ ,

ଅକାଳରେ ମଉଳି ଯିବ 

ସୁନ୍ଦର୍ ଫୁଲଟିର ରଙ୍ଗୀନ୍ କଳ୍ପନା ଗୁଡ଼ା,

ଗଢ଼ିବା ପୂର୍ବରୁ ଭାଙ୍ଗିଯିବ 

ତାର ସୁନେଲି ସ୍ୱପ୍ନର ନୀଡ଼,

ଆଉ,

ପୁଣିଥରେ ଜଳି ଉଠିବ ଆଉ ଗୋଟେ ଯୌତୁକ ଜୁଇ

ଯେଉଁଠି ଜଳି ପୋଡ଼ି ଭସ୍ମୀଭୂତ ହେବ,

ନବ ଅନୁଢ଼ାଟିର ଅସୁମାରୀ ଆଶା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy