ଖାଲି ପଡ଼ିଛି ସେ ନୀଡ଼ ଆଜି
ଖାଲି ପଡ଼ିଛି ସେ ନୀଡ଼ ଆଜି
ଯେଉଁଠି ଲାଗିଥିଲା ଦିନେ ଭିଡ଼ ।।
ଜମୁଥିଲା ସମସ୍ତଙ୍କର ମେଳ ,
ଅତିଥି ଚର୍ଚ୍ଚାରେ ଭୁଲନ୍ତି,
ନିଜ ନିଜ ଘର ବାହୁଡା଼ ।।
କେତେ ହସ ଖୁସି ଗପ ଗୀତ ଗାହଣ ।।
ହେଲେ ଭୁଲନ୍ତି ସମସ୍ତେ ,
ସେ ଯେ ଥିଲା ଘରର ଗୃହିଣୀ ।।
ମଉଜ କରି ସେବା ଉଠାଇ,
ଗଲେ ତାକୁ କାଙ୍ଗାଳ କରି ।।
ଆଜି ସେ ଜରା ଜୀର୍ଣ୍ଣ ବ୍ୟାଧି ଗ୍ରସ୍ତ ।।
କେହି ଜଣେ ନ ଦେଖା ଦିଅନ୍ତି ,
ଅଣ ଦେଖା କରି ଚାଲି ଯାଆନ୍ତି ।।
ଭୁଲିଛନ୍ତି ତାକୁ ଆଉ ତା'ର
ସେବା ,ଶୁଶ୍ରୁଷା, ତ୍ୟାଗର କାହାଣୀ ।।
ସ୍ୱାର୍ଥପର ଥିଲେ ସବୁ ସୁବିଧାଵାଦୀ ।।
