STORYMIRROR

Kalandi pal

Inspirational

4  

Kalandi pal

Inspirational

ଖାଲି ପଡ଼ିଅଛି ତୋ ସିଂହ ଦୁଆର

ଖାଲି ପଡ଼ିଅଛି ତୋ ସିଂହ ଦୁଆର

1 min
239


ଖାଲି ପଡ଼ିଅଛି ତୋ ସିଂହ ଦୁଆର

    ହେଲେ ଭିଡ଼ ସ୍ୱର୍ଗ ଦ୍ୱାରେ.

ଦୁଃଖ ଦରିଆରେ ଦୁନିଆଁ ଭାସଇ

    ଭରିଯାଏ ହାହା କାରେ.

ପ୍ରଭୁ, ତୁମ ହାତ ଗଢ଼ା ସଂସାରେ. l


ଏତେ ସବୁ ଦେଖି ତିଳେ ମାତ୍ର ଦୁଃଖ

     ନାହିଁତ ତୁମ ମନରେ.

କେମିତି କେଜାଣି ସବୁ କିଛି ଆଜି

     ସହିଯାଅ ନୀରବରେ.

ପଥର ହେଲକି ହେ ଦେବାଧି ଦେବା

ପାପ ଭାରା ଦେଖି ମୌନ ହେଲ ଅବା

     ଚାଲି ଗଲ କେଉଁ ଦୂରେ. l


ଭକତ କାନ୍ଦୁଛି ଦୁଆର କିଳୁଛି

     ଦେଖୁ ନାହିଁ ତଵ ମୁଖ.

କେମିତି ସହିଛି ହୃଦୟ ତୁମର

     ଭକତେ ଦେଇକି ଦୁଃଖ.

କୁହ ପ୍ରଭୁ ତୁମେ ହେ କଳାଠାକୁର

କେବେ ପୁଣି ଥରେ ହସିବ ସଂସାର

      ତୁମ କରୁଣା ବୃଷ୍ଟିରେ. l


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational