କେତେ ବରପୁତ୍ର ଭିତରେ ଦୁଇ
କେତେ ବରପୁତ୍ର ଭିତରେ ଦୁଇ
ବଡ଼ଦିନ ଆସିବା ଆଗରୁ
ବଡ଼ରାତି ଗଲା ପାହି
ଡ଼ିସେମ୍ବର ମାସ ବାଇଶ ତାରିଖ
ସବୁବର୍ଷ ରାତି ବଡ଼ ଆଣିଥାଇ
ଥୋକାଏ ଅଛନ୍ତି ଇଂରେଜ ନବବର୍ଷ
ଘୃଣା କଟାକ୍ଷରେ କହି
ଓଡ଼ିଆ ନବବର୍ଷ ଆମ ପଣାସଂକ୍ରାନ୍ତି
ଜାନୁଆରି ଏକ ତାରିଖ ନୁହେଁ କହି
ବୁଦ୍ଧିଜୀବୀ ଟିକେ ଚିନ୍ତାକରି କୁହ
କ୍ୟାଲେଣ୍ଡର ବଦଳେଇ
ପର୍ବ ପର୍ବାଣୀ ଜାଣିବା ପାଇଁ
ଧୋତି ବଦଳରେ ଫ୍ୟାଣ୍ଟ ପିନ୍ଧିବା
ସୁବିଧା ହୁଏକି ନାହିଁ
ଟେବୁଲ ଉପରେ ଡାଇନିଂରେ ବସି
ଖାଇବା ସୁବିଧା ଅଟେ କି ନାହିଁ
ଇଂରେଜ ମାନେ କ୍ଷତି କରୁଥିଲେ
ଆମ ଦେଶ ଜନତାଙ୍କର ମନାନାହିଁ
କଞ୍ଚାମାଲ ଆମ ଦେଶୁ ନେଇ
ଆମକୁ ଦ୍ରବ୍ୟ ନାମେ ବିକିଦେଇ
ଲାଭ ଖୋର ଭାବ ଇଂରେଜଙ୍କର
ନଯାଣିଛି ଅବା କେହି
ଜାଣିଥିଲେ ବୋଲି ମହାତ୍ମାଗାନ୍ଧି
ସ୍ବାଧୀନତା ଗଲେ ଦେଇ ବାପୁ ଯାଇଛନ୍ତି ହୋଇ
ଏବେବି ଏମିତି ଗାଁ ଅଛି ଯୋଉଠି
ବିଜୁଳି ସୁବିଧା ନାହିଁ କି ଫୋନ ସୁବିଧା ନାହିଁ
ଜଳ ବାୟୁ ଆଲୋକ ଇଶ୍ୱରଙ୍କ ଦାନ
ବିଜୁଳି ଫୋନ ଆଧୁନିକତା କହି ମଧ୍ୟ
ସେବା ଦେଉଛି କି ନାହିଁ
ସେକଥା କରିଛି ଇଂରେଜ ନିଜ ସୁବିଧାରେ
ଆମ ପାଇଁ ଆଜି ଉପଯୋଗୀ କି ନାହିଁ
ସବୁ କଥା କାହାର ଖରାପ ନୁହେଁ କି ଭଲ
ତାଙ୍କ ସୁବିଧା ପାଇଁ କରିଥିବା କେତେ କଥା
ଆମର ହେଉଛି ନିଶ୍ଚୟ ଭଲ କହି
ଏକଥା କହୁଛି ଭୁଲ ବି ମାଗୁଛି ହୃଦୟେ ଭାବ
ପର ପର ଆସୁଥିବା ପିଢ଼ି ପାଇଁ
ଯିଏବି କରିଛି ପ୍ରଥମ କରି କିଛି
ଯୀଶୁଙ୍କ ପରି କୃଶବିଦ୍ଧ ନହେଲେ ମଧ୍ୟ
ଯାତନା ସହିଛି ସେହି
ସେବା ପାଇବା ପରେ ସେହି କଥା କବିତା
ସାହିତ୍ୟ ନୀତିବାଣୀ ଆବିଷ୍କାର ଉଦ୍ଭାବନ
କାମରେ ଲାଗିଛି ମାନବର ସେବାପାଇଁ
କ୍ୟାଲେଣ୍ଡରଟିଏ ଜାନୁଆରିରୁ ଡ଼ିସେମ୍ବର
କହେ ଆମରି ସଂସ୍କୃତି ପ୍ରଥା ପର୍ବ ଗାଥା
ଇଂରେଜମାନଙ୍କ ନୋହି
ସର୍ବେ ଆପଣେଇ ସୁବିଧା ପାଇ
କାହିଁକି ନିନ୍ଦିବା ଭଉଣୀ ଭାଇ
ଆସ ମିଳିମିଶି ନୂଆ ବର୍ଷ ପାଳିବା
ସବୁତ ଆମରି ସୁବିଧା ପାଇଁ
ଆମ ଦେଶର ଆମେ ନାଉରୀ ହେବା ପାଇଁ
କର ଅବା ମର ଆଜି ବି ଶୁଭେ
ବରପୁତ୍ର ମାନେ କେତେ ନିର୍ଯ୍ୟାତନା ସହି
ପଲ୍ଲୀରୁ ଦିଲ୍ଲୀ ଆଜି ବି ଗାଉଛି
ସୁବାଷ ବୋଷଙ୍କ ଡାକରା ପାଇ
ପୂର୍ବଜ ଯାହା କରିଯାଇଛନ୍ତି ଆମରି ମଙ୍ଗଳ ପାଇଁ
ତାଙ୍କ ପାଦ ଥାପି ଚାଲୁଚାଲୁ ଯଦି
କେଵେ ଝୁଣ୍ଟି କେଵେ ଖୁଣ୍ଟି ଖାଇଥାଇ
ସବୁତ ସେମାନଙ୍କ ଦାନ ପାଇଁ
ମାଟି ମାଆ କୋଳେ ମୋ ଦେଶଗଛ ଡାଳେ
ଫଳଟିଏ ପରି ଜନ୍ମ ହୋଇ
ସୁବାଷ ବୋଷଙ୍କ ଦିଲ୍ଲୀ ଚଲ୍ଲୋ ଡାକରା
କର୍ଣ୍ଣ ପଟଳ ଦିଏ ଥରାଇ
ବୀର ସୁରେନ୍ଦ୍ର ସାଏ ଜନମିଲେ ଗୋଟେ ଦିନେ
ଏକପଥ ଓ ପାଥେୟରେ ଯାଇ
ସ୍ଵରାଜ ପଥର ପଥିକ ଦୁହେଁ ଗୋଟିଏ ତିଥିରେ
ଜନମ ନେଇ ଦେଶ ମାତୃକାର ରକ୍ଷା ପାଇଁ
ସ୍ବାଧୀନତାଦିବସ ଆସୁଛି ଜାନୁଆରି ଛବିଶ ହସୁଛି
ପ୍ରଜ୍ଞା ପୁରୁଷ ଦୁହିଁଙ୍କୁ ଜନମ ଦିନରେ
ଶ୍ରଦ୍ଧା ସୁମନ ଦେବା ପାଇଁ.
ଜାନୁଆରି ତେଇଶି ଏମିତି ତିଥି ଓ ନକ୍ଷେତ୍ର
ଦୁହିଁଙ୍କ ଭାଗ୍ୟ ଲେଖିଥିଲା ବିହି ଗୋଟିଏ ବହି
