STORYMIRROR

Sthita Prajna Moharana

Romance

4  

Sthita Prajna Moharana

Romance

କେତେ ଆତ୍ମୀୟତା ଲୋଡା

କେତେ ଆତ୍ମୀୟତା ଲୋଡା

1 min
230

ପ୍ରଥମ ରାତିର ଗୋପନ ଛବି,

ଯାହା ମୁଁ ଦେଖିଛି,

ଚାହେନି ମୁଁ ଆଉ କିଏ ଦେଖୁ ବୋଲି,

ତୁମେ ମୋ ଲଜ୍ଜା,

ତୁମେ ମୋ ଆକାଂକ୍ଷା,

ଶ୍ରୀହୀନ ସମ୍ପର୍କରେ ବି ତୁମେ ମୋ ମଧୁ ଚନ୍ଦ୍ରିକା,

ଫଗୁଣର ଫଗୁ ମୋ ଦେହ ବି ଲଗାଇଛି ନିଆଁ,

ଜଳିଛି ମୁଁ ବି ହୋଇ ଧୁଆଁ,

ଜାଣିଛି ମୁଁ ବି ସେଇ ଯନ୍ତ୍ରଣା,

ସେଇ ନିଆଁ କୁ ସାକ୍ଷୀ ରଖି,

ଦେଇଛି ତୁମ ସିନ୍ଥିରେ ସିନ୍ଦୂର,

ପ୍ରଶ୍ନ ପ୍ରଶ୍ନରେ ପଚାରିଲ,

ବଞ୍ଚିବା ପାଇଁ କେତେ ଆତ୍ମୀୟତା ଦରକାର?

କେଉଁ ନିକିତିରେ ଆତ୍ମିୟତାକୁ ତୌଳିବି,

ବୁଝି ମୁଁ ପାରୁନି,

ବହୁତ ସମ୍ଭାଳି କହିଲି,

ଆମ ଦୁହିଁଙ୍କ ଦୂରତାକୁ,

ବୁଝିପାରିଲା ସେତିକି ଆତ୍ମୀୟତ ଦରକାର,

ଜୀବନ ମରଣ ର କଳନା କରୁନି,

ହେଲେ ମୋ ଅନୁପସ୍ଥିତିରେ,

ମୋ ଉପସ୍ଥିତି ଖୋଜି,

ପୁଲକିତ ହୋଇ ଉଠୁଥିବା ପରି ଆତ୍ମିୟତା ଦରକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance