STORYMIRROR

Sthita Prajna Moharana

Others

3  

Sthita Prajna Moharana

Others

ରାତି ପୁଣି ଥରେ ଆସିଯାଇଛି

ରାତି ପୁଣି ଥରେ ଆସିଯାଇଛି

1 min
546


"ସମୟ" ମଥାରେ ଓଢ଼ଣୀ ଦେଇ,

ପାଦ ଚିପି ଚିପି ନୂଆ ବୋହୂ ପରି,

ଆଶାର ପସରା ଘେନି ଆସି ଥିଲା,

କିଛି ଆଶା ପୁରା ହେଲା,

ଆଉ କିଛି ଅଧା ଅଧୁରା ରହି ଗଲା,

କିଛି ଆଶା ସ୍ବପ୍ନ ହୋଇ,

ମନ ଆକାଶରେ,

ଆଜି ବି ଉଙ୍କି ମାରୁଛି,

ହାବୁଡା ଝଟକା ଭେଟ ହୋଇ ଗଲେ,

ସ୍ବପ୍ନ ନିଦରୁ ଖସି ଆଖିରେ ଲହଡ଼ି ଭାଙ୍ଗୁଛି,

କାଳର କରାଳ ଭଉଁରିରେ ପଡି,

ସ୍ଵପ୍ନ ସାତ ତାଳ ପଙ୍କ ପାଣି ପିଉଛି,

ତା ପାଇଁ ଖାଲି ମୁଁ ହି ବିକଳ ହଉଛି,

କେହି ନାହିଁ ମୋ ସ୍ୱପ୍ନର ହାତ ଧରି,

ପାତାଳରୁ ତୋଳି ନେବାକୁ,

ମଳିନ ଆବରଣ ପୋଛି,

ନୂଆ ଏକ ରୂପ ଦେବାକୁ,

ଜାଣିନି ମୁଁ କାହା ଆସିବା ବେଳକୁ,

ଚାତକ ଭଳି ଚାହିଁ ରହିଛି,

ଦିନ ସବୁ ଦିନ ପାହି ଯାଉଛି,

ଆଉ ରାତି ସବୁ ରାତି ଆସି ଯାଉଛି,

ହେଲେ ତା ବିନା ରାତି,

ସବୁ ଦିନ ସରି ଯାଉଛି,

କାଳେ ତା ସହ ଦେଖା ହେବି ବୋଲି,

ମନ ଉଆସକୁ ନିଇତି ସଜାଇ ରଖୁଛି,

ହେଲେ ତା ଆସିବା ଆଗରୁ,

ମନ ମହଲକୁ ଧୂଳି ଝଡ଼,

ଢାଙ୍କି ଦେଉଛି,

ହାରିବିନି କେବେ,

ସ୍ବପ୍ନକୁ ମୁଁ କଥା ଦେଇଛି,

ସେଇଥି ପାଇଁ ମୁଁ ଏକାକୀ,

ସ୍ୱପ୍ନର ସନ୍ଧାନେ,

ବାହାରିବାକୁ ଚାହୁଁଛି,

ହେଲେ ନିଷ୍ଟୁର ଏଇ ରାତି,

ନିଦ ବିନା ସରି ଯାଉଛି,

ଏଇଟା ରାତିର ଅଝଟ,

ନା ତାର ଅଝଟ,

ଭାବି ଭାବି ଦିନ କାଟୁଛି,

ଦିନ ଗଡି ଯାଇ,

ପୁଣି ରାତି ଆସିଯାଇଛି,

ଶିହରୀ ଉଠୁଛି ମୁଁ,

ଅନ୍ଧାରୀ ମରୀଚିକା ରେ,

କେତେ ସମ୍ଭାବନା ନେଇ,

ହେଲେ ତୁମେ ନାହଁ,

କି ତୁମ ଆଶା ନାହିଁ,

ସ୍ବପ୍ନକୁ ଫେରାଇ ଆଣିବାର,

ସେ ପ୍ରତିଶ୍ରୁତି ବି ନାହିଁ,

ହେଲେ ମନର କୋଉ ଏକ,

କୋଣରେ ପ୍ରତୀକ୍ଷିତ ମୋ ମନ,

ସବୁ ଦିନ ପରି ହାର ନ ମାନି,

ତୁନି ହୋଇ ବସି ରହିଛି,

ଯଦି ନ ଆସିବ ତୁମେ,

ତେବେ ଏଇ ରାତି ସହ ଲଢି,

ଆଉ ଗୋଟେ ରାତିରେ,

ମଶାଲ ହୋଇ ଜଳିବ ବୋଲି,

ଥୟ କରି ନେଇଛି,

ରାତି ପରେ ରାତି,

କେତେ ରାତି ଆସୁଛି,

ଆଉ ଯାଉଛି,

ହେଲେ ଜଳୁଥିବି ମୁଁ,

ସବୁ ରାତିରେ,

ତୁମ ଆସିବା ବାଟରେ,

ଆଲୋକର ଉତ୍ସ ହୋଇ,

ଯଦି କେବେ ଲିଭି ଯାଇଥିବି,

ରାତି ଟିକେ କହି ଦବୁ ତାଙ୍କୁ,

ହାରି ଗଲି ମୁଁ ସବୁ ସମୟ,

ସ୍ବପ୍ନକୁ ବାଜି ଲଗେଇ,

କିଛି ପାଇଲିନି,

ଖାଲି ଫେରି ଗଲି,

ଲୁହକୁ ଲହୁରେ ମିଶେଇ,

ଏଇ ରାତି ରାଗୀବୁନି ଜମା,

ଆମ ନିତିଦିନିଆ ତିକ୍ତତା ପାଇଁ,

କହି ଦବୁ ସବୁ,

ଯାହା ତୁ ଦେଖିଛୁ,

ରହିବୁନି ଜମା,

ମୁକ ସାକ୍ଷୀ ଟିଏ ହୋଇ।


Rate this content
Log in