STORYMIRROR

Sthita Prajna Moharana

Fantasy Others

3  

Sthita Prajna Moharana

Fantasy Others

ବର୍ଷା ଓ ଭାବନା

ବର୍ଷା ଓ ଭାବନା

1 min
195

ସନ୍ଧ୍ୟା ବେଳ,

ପୂଜା ଆଳତୀ କରିବାର ସମୟ,

ଅଫିସ୍ ରୁ ତରତର ହୋଇ ବାହାରି ଆସିଲି,

ମଥା-କଣ୍ଟାଟି ଜାଣିନି କେଉଁଠି ଖସିଗଲା,

ଶୀତଳ ପବନରେ କେଶ ବିନ୍ୟାସ ବିଗିଡି ଗଲା,

ଧୂଳି ଝଡ ଟିଏ ହଠାତ୍ ଆସି, 

ଫଗୁଣର ଫଗୁ,

ଦେହରେ ମାଖି ଦେଇ ଗଲା,

ଶୀତେଇ ଉଠିଲା ମୋ ବୁକୁ,

ଉନ୍ମୁକ୍ତ ଆଖିରେ ଆକାଶକୁ ଚାହିଁ ରହିଲି,

ଲାଗୁଥିଲା ବର୍ଷା ହେବ,

ଓଠ ଖୋଲି କହି ଦେଲି,

ସେଇ ଭିଡ ରାସ୍ତାରେ,

"ଇସ୍, ବର୍ଷା !!"

ହେଲେ ଶୁଣିବାକୁ କେହି ନ ଥିଲେ,

କେବଳ ଥିଲୁ,

ମୁଁ ଆଉ ମୋ ଛତା,

ଆମ ଦୁହିଁକୁ ବର୍ଷାରେ ଭିଜିବା,

ବହୁତ ପସନ୍ଦ,

ସ୍ମୃତି ସବୁ ବୁନ୍ଦା ବୁନ୍ଦା ହୋଇ,

ଝରାଫୁଲ ପରି ଝରି ଗଲେ,

କାହାକୁ କହିବି?

"ଶୁଣ, ବର୍ଷା ହଉଚି"

ନା ତୁମେ ଅଛ ନା ମୁଁ ଅଛି !!!

ହେଲେ ବର୍ଷା ହେଲେ ଆଜି ବି, 

ତୁମକଥା ମନେପଡେ,

ହଠାତ୍ ,

କାର୍ ଟିଏ ସାମ୍ନାରେ,

ମୁଁ ଚମକି ପଡ଼ିଲି,

ଭିତରୁ ସେ ଡାକିଲେ,

କେତେ କଥା କହି ଗଲେ,

ପାଞ୍ଚ ବର୍ଷ ହୋଇଯିବ ଆମକୁ,

ହେଲେ ସେ ବୁଝିପାରିଲେ ନି,

ବର୍ଷା ଓ ଆବେଗର ଛକା ପଞ୍ଜା,

ବିବ୍ରତ ହୋଇ କହିଦେଲେ,

" ଏବେ ଗାଡ଼ି ବି ଓଦା ହେଇ ଯିବ !"

ମୁଁ ବି ଜାଣିଥିଲି,

ଏଇଟା ଥିଲା ତାଙ୍କ ଚିନ୍ତା,

ହେଲେ ଦୁନିଆ କି ଜାଣେ?

ଛତା ଥାଇ ଭିଜୁଥିବା ମନର ବେଦନା !

ଘଡ଼ଘଡ଼ିର କୁତ୍ସିତ କଟାକ୍ଷ,

ଡରି ଗଲେ ବି କୋଳେଇ ନେବାକୁ,

ତାଙ୍କର ଅନିଛୁକ ଚାହାଣୀ,

ସବୁ ସହି ମଥା ପାତି ବସି ରହିଲି,

ନାଲି ରଙ୍ଗ ସବୁ ମଥାରୁ ଝରି,

ମୋ ଧଳା କୁର୍ତିକୁ ନାଲି କରି ଦେଲା,

ସେ ରୁମାଲ୍ କାଢି ଦେଲେ,

କହିଲେ,

"ମୁଁହ ପୋଛି ଦିଅ"

ଗାଡ଼ି ମିରରକୁ ମୋ ଆଡକୁ କରି,

ମୁଁହ ପୋଛି ଚାଲିଲି,

ଯେ ପର୍ଯ୍ୟନ୍ତ ନାଲି ରଙ୍ଗର,

ଦାଗ ନ ଲିଭିଚି,

ସେ ହସି କହିଲେ,

" ଆଛା ସିନ୍ଦୂର ପୋଛି ଦେଲେ,

ମୁଁ କଣ ତୁମକୁ ଛାଡ଼ି ଚାଲିଯିବି?

ଛାଇ ହୋଇ ରହିଥିବି,

ଯେ ପର୍ଯ୍ୟନ୍ତ ଆକାଶରେ,

ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଅଛନ୍ତି।"

ପୁଣି ଆକାଶକୁ ଦେଖିଲି,

ତାରା ଝିଲମିଲ,

ଖିଲି ଖିଲି ହସିକୁହନ୍ତି,

ବର୍ଷା ଛାଡ଼ି ଗଲାଣି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy