Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

କେଡ଼େ କର୍ମ କଲି

କେଡ଼େ କର୍ମ କଲି

1 min
293


ନୀଳାଚଳେ ମହାପ୍ରଭୁ ଶ୍ରୀକ୍ଷେତ୍ର ମଉଳି l

ଛପନଭୋଗୀ ତାଙ୍କର ବଢ଼ ଭୋଗଥାଳି ll


ଭକତ ନିମନ୍ତେ ମେଲା ତା ସିଂହ ଦୁଆର l

ଖୋଲା ଭକତ ନିମନ୍ତେ ଆନନ୍ଦ ବଜାର ll


ବଡ଼ଖିଆ ବୋଲି ତାର ଯୁଗେଯୁଗେ କୀର୍ତ୍ତି l

ମାଗିଖାଏ ଭକ୍ତ ହାତୁ ଥିଲେ ତାରେ ଭକ୍ତି ll


ଦ୍ଵାପରେ ଭକ୍ତ ବିଦୁର ଘରେ ଶାଗ ଭାତ l

ମାଗି ଖାଇ ଥିଲେ ପରା ପ୍ରଭୁ ଜଗନ୍ନାଥ ll


ଦହି ଦୁଧ ଚୋରାଇ ସେ କାଳିଆ କହ୍ନାଇ l

ବ୍ରଜେ ପ୍ରସିଦ୍ଧ ହୋଇଛି ଦୁଗ୍ଧଚୌର ଭାଇ ll


ଭକ୍ତ ଭାବ ବିନୋଦିଆ ପ୍ରଭୁ ଭାବଗ୍ରାହୀ l

ଅଭୁକ୍ତ ରହିଲେ ଭକ୍ତ କାନ୍ଦନ୍ତି ଲୁଚେଇ ll


ଲୀଳା ମୟ ଜଗନ୍ନାଥ ବ୍ରହ୍ମାଣ୍ଡ ଠାକୁର l

ଲକ୍ଷ୍ମୀ ଭୁଞ୍ଜାନ୍ତି ବ୍ୟଞ୍ଜନ ନାନା ପରକାର ll


ବୈଷ୍ଣବ ଅଗ୍ନିରେ ପାକେ ସୁନା ଚଟୁ ଧରି l

ରୋଷଚୁଲିରେ ରାନ୍ଧନ୍ତି ମାଆ ଶାକମ୍ବରୀ ll


ହାୟରେ ମାନବ ମୁହିଁ କେଡ଼େ କର୍ମ କଲି l

ଶେଷରେ ଭାଙ୍ଗିଲି ମୁହିଁ ତା ବୈଷ୍ଣବଚୁଲି ll


ଇନ୍ଦୁ ମୁଖେ ତାର ମୁହିଁ ବୋଳିଲି କଳଙ୍କ l

ପାପ ପଙ୍କ ପ୍ରବଳ ମୋ ମୁହିଁ ମହା ମୂର୍ଖ ll


ମାନବ ହୋଇ ମୁଁ କଲି ଦାନବ କରମ l

କ୍ଷମାମୟଙ୍କୁ ଗୁହାରୀ ପାପ ମୋର କ୍ଷମ ll



Rate this content
Log in

Similar oriya poem from Inspirational