Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Romance Inspirational Others

3  

Anita Dash

Romance Inspirational Others

କେରାଏ ସୂତାରେ ଗୁନ୍ଥା ହୃଦୟ

କେରାଏ ସୂତାରେ ଗୁନ୍ଥା ହୃଦୟ

1 min
188



ପଦେ ମିଠା କଥା, ଟିକିଏ ଶରଧା

ରତିଏ ତ୍ୟାଗର ସୁସମନ୍ବୟ ,

ଚେନାଏ ବିଶ୍ୱାସ, ଅନାବିଳ ହସ ;

କେରାଏ ସୂତାରେ ଗୁନ୍ଥା ହୃଦୟ। [୧]


ଜୀବନଟା ଆମ କ୍ଷଣିକ-ଅଳିକ

ବ୍ୟସ୍ତତା ଓ ଅନିଶ୍ଚିତତା ପୂର୍ଣ୍ଣ ,

ସ୍ଥିର ଆତ୍ମୀୟତା, ଟିକିଏ ସମୟ

ଦାନ ସୁସମ୍ପର୍କେ ମହତ ଦାନ। [୨]


ପବିତ୍ର ସଂପର୍କ ସ୍ୱର୍ଗୀୟ ବୈଭବ,

ହୃଦୟେ ହୃଦୟ ମିଳନ ପର୍ବ,

ମାୟାର ସଂସାରେ ପ୍ରକୃତ ସାଥୀଟେ

ମିଳିଯିବାଟା ବିଭୁ ଆଶୀର୍ବାଦ। [୩]


ସଂପର୍କ ସୂତାରେ ବାନ୍ଧି ହୋଇଯିବା

ସହଜ ନୁହଁଇ କଠିନ କାମ,

ଜୀବନର ସବୁ ସ୍ତରେ ସବୁ କ୍ଷଣେ

ବାନ୍ଧି ହୁଏ ଯେହୁଁ ସେ ଏକା ଧନ୍ୟ। [୪]


ସଭ୍ୟତା ବିକାଶେ ଦୁର୍ଗତି ଘଟିଛି

ଜୀବନେ ମାନବୀୟ ମୂଲ୍ୟବୋଧ,

ସରଳ କୋମଳ ମଣିଷର ମନ

ଜଟିଳ କୁଟିଳ ଜହରେ ରୁଦ୍ଧ। [୫]


ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠତମ ପ୍ରାଣୀ,

ମହନୀୟ ତାର ଦୈବୀ ପ୍ରକୃତି,

ସରଳ ବିଶ୍ୱାସେ ଧୋକା ଦିଏ ଯିଏ

ପଶୁଠୁ ନିକୃଷ୍ଟ ଇତର ଜାତି। [୬]


ସେନେହ ମମତା ଜାଲେ ଛନ୍ଦିଦେଇ

ମିଠା କଥା କହି କରି ନିଜର ,

ବିଶ୍ୱାସ ଘାତର କାଳଫାଶେ ପୁଣି

ଷଠ ମିତ୍ର କରେ ନିଜଠୁ ଦୂର। [୭]


ହୃଦୟକୁ ଯୋଡି ସଂପର୍କ ଭାଙ୍ଗୁଛ

ନାହିଁ କି ତିଳେହେଁ ଧର୍ମର ଭୟ?

ସବୁଠୁ କୋମଳ ସବୁଠୁ ଉଜ୍ବଳ

ରେଶମୀ ସୂତାରେ ଗୁନ୍ଥା ହୃଦୟ। [୮]



Rate this content
Log in

Similar oriya poem from Romance