STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

କେମିତି ତୁମକୁ ଭୁଲିବି କୁହ

କେମିତି ତୁମକୁ ଭୁଲିବି କୁହ

1 min
123


ହାତ ଧରିବା ଦିନରୁ ଭଲପାଇ ତୁମକୁ

ହୃଦୟେ ରଖିଛି ମୁଁ ଆମ ପ୍ରେମକୁ ସାଇତି,

ତୁମ ମିଠା ମିଠା କଥା ଓଠେ ଭରା ହସ

ସବୁ ମୋ ପାଇଁ ଏବେ ବି ଅଭୁଲା ସ୍ମୃତି।


ବସିଲେ ଭାବି ଛାତି ଫାଟି ଉଠେ କୋହ

ଏଡି ଦେଇ ଭୁଲି ପାରେନା ଆସକ୍ତିର ମୋହ,

ଧାର ଧାର ଝରେ ଆଖିରୁ ଅମାନିଆଁ ଲୁହ

କେମିତି ତୁମକୁ ଭୁଲିବି କୁହ।


ପର କରିବାର ଥିଲା ଯଦି ଇଚ୍ଛା ତୁମ ମନେ

ମିଛେ ମୋ ସାଥେ କାହିଁ ଗଢିଥଲ ସଂପର୍କ ?

ହୃଦୟଟା ଥରେ ତୁମକୁ ଦେଇ ଦେଲା ପରେ

ମୋ ପାଶେ ନଥିଲା କିଛି କରିବାକୁ ତର୍କ।


ଏକା ଛାଡି଼ ମୋତେ ଚାଲିଗଲ ତୁମ ବାଟେ

କେମିତି ବୁଝାଇ ଥାନ୍ତି ତୁମକୁ

ତୁମ ପାଇଁ ଥିଲା ଏ ଜୀବନର ସବୁ କିଛି,

ସାଥି ହୋଇ ଚାଲିବାକୁ ନେଇଥିଲୁ ସଂକଳ୍ପ

ସାଥୀରେ ଜିଇଁବା ସାଥୀରେ ମରିବା

ଅଲଗା ବାଟ କେମିତି ଏକା ନେଲ ବାଛି ?


ତୁମ ବିନା ବଞ୍ଚିବା ହୁଏ ଭାରି କଷ୍ଟ

ସଂସାରର ରୀତି ବୁଝି ବି ପାରୁନି ତୁମକୁ ଭୁଲି,

ତୁମେ ମୋ ପାଶେ ଥିଲ ଅଫେରନ୍ତା ଦୂରକୁ ଗଲ

ତଥାପି ତୁମକୁ ସେମିତି ହିଁ ପାଉଛି ଭଲ

ଯେବେ ଠାରୁ ଛାଡି଼ ମୋତେ ଗଲ ତୁମେ ଚାଲି।


ତୁମେ ମୋତେ ଭୁଲି ଯେଉଁଠି ରୁହ ଶାନ୍ତିରେ ରୁହ

କିନ୍ତୁ ବାଧା ମୋର ମାନୁ ନାହିଁ ଆଖିର ଲୁହ,

ଭାବୁଥିବି ଆମର ସେ ଭଲ ପାଇବାକୁ ଅହରହ

କେମିତି ତୁମକୁ ଭୁଲିବି କୁହ।


ଜୀବନର ସାଥୀ ହୋଇ ତୁମେ ଚାଲି ଗଲ

ଭୁଲିଗଲେ ତୁମକୁ ଭୁଲ୍ ହେବ ମୋର,

ଜୀବନର ସାଥୀ ହୋଇ ଭୁଲି ଯିବା 

ମୋ ପକ୍ଷେ କେବେ ହେବ ନାହିଁ ସମ୍ଭବ

ଜାଣିଲା ପରେ ବି ଏ ମିଛ ମାୟାର ସଂସାର।


କେମିତି ତୁମକୁ ଭୁଲିବି କୁହ

ଆତ୍ମା ମନକୁ ନେଇ ରହିଛି ଏ ଦେହ,

ସୁଖ ଦୁଃଖ ମିଳନ ବିଚ୍ଛେଦ ସମୟର ପ୍ରବାହ

ଏ ବାସ୍ତବତା ଜୀବନର ଏକ ଅବରୋହ।

   

       



Rate this content
Log in

Similar oriya poem from Tragedy