STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

କେମିତି ଲେଖିବି ପ୍ରେମ କବିତା

କେମିତି ଲେଖିବି ପ୍ରେମ କବିତା

1 min
213

 


ଏବେ ମୁଁ ଭାବୁଥିଲି 

ଲେଖିବି ଗୋଟେ ପ୍ରେମ କବିତା 

ପ୍ରେମ ମୋ ପଛରେ ପଡିଲା 

ଆପେ ଆସିଗଲା କରୋନା କବିତା। 


ଦୁଃଖରେ ଭାସୁଛି ସାରା ସଂସାର 

ପ୍ରେମ ଫ୍ରେମ ସବୁ ଲାଗୁଛି ଅସାର 

ଆଖିରେ ଝୁଲୁଛି କ୍ରନ୍ଦନ ରୋଳ 

ଚାହିଁ ଲେ ବି ହୋଇ ପାରୁନି ମେଳ। 


ଆପଣା ସଭିଏଁ ଗଲେଣି ଚାଲି 

ଦୁଃଖରେ ଡାକୁଛି ତାଙ୍କୁ ମୁଁ ଭାଳି 

ନିସଙ୍ଗ ଜୀବନ ଆଉ କେତେଦିନ 

ପ୍ରିୟା ପ୍ରୀତି ବିହୁନେ କାଟୁଛି ଦିନ। 


କେମିତି ଲେଖିବି ପ୍ରେମ କବିତା 

ଦୁଃଖରେ ଜଳୁଛି ଜୀବନ ସଳିତା 

ରକ୍ଷା କର ପ୍ରଭୁ ହେ ନାରୟଣ 

ଆକୁଳେ ଡାକୁଛି ମୁଁ ଦିନହୀନ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy