STORYMIRROR

Goutam Mohanty

Romance

2  

Goutam Mohanty

Romance

କେମିତି ବଞ୍ଚିବି ତା ବିନା

କେମିତି ବଞ୍ଚିବି ତା ବିନା

1 min
3.0K

ହୋଇପାରେ ସିଏ ସବୁ ହୃଦୟର

ସିଏ କିନ୍ତୁ ମୋ ମନର ନାୟିକା

ଉପଦେଶ ସିଏ ଜଗତଯାକର

ପୁଣି ସିଏ ମୋର ହୃଦୟ ମଲ୍ଲିକା

ନଜର ଆସନ୍ତି ହଜାରେ କିଏ ଅବା ତାକୁ ପଚାରେ

ତା ଠାରେ ମୁଁ ଅଟକି ଯାଇଛି ଭଲ ପାଏ ତାକୁ ସତରେ

ଟିକେ ସେ ଚଗଲି ଟିକେ ସେ ଫୁଲେଇ

ସିଏ ଅଟେ ମୋର ପ୍ରିୟତମା

ମନ ମାନିଗଲେ ହୁଏ ସେ ଗେଲେହି

ରାଗିଲେ କାହାରି ନୁହେଁ ସେ ଜମା

ଶହେ ବରଷ ଯେ ବଞ୍ଚିଥାଉ ସିଏ

ସାତ ଜନମକୁ ବାନ୍ଧିଛି ଡୋର

କେମିତି ବଞ୍ଚିବି ତାକୁ ଛାଡ଼ି କୁହ

ଜନ୍ହ କୁ ଆକାଶ କରେ କି ପର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance