STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେଡ଼େ ସୁନ୍ଦର ଗୋ ହେରା ପଞ୍ଚମୀର ଲୀଳା

କେଡ଼େ ସୁନ୍ଦର ଗୋ ହେରା ପଞ୍ଚମୀର ଲୀଳା

2 mins
12

 କେଡ଼େ ସୁନ୍ଦର ଗୋ
ହେରା ପଞ୍ଚମୀର ଲୀଳା
 ===========
କେଡ଼େ ସୁନ୍ଦର ଗୋ ହେରା
      ପଞ୍ଚମୀର ଲୀଳା l
କେଡ଼େ ସୁନ୍ଦର ଗୋ ହେରା
      ପଞ୍ଚମୀର ଲୀଳା l
ଶୁଣଶୁଣ ସୁଜ୍ଞଜନେ ଶ୍ରୀକ୍ଷେତ୍ରେ
        ଯାହା ଘଟିଲା ll
 କେଡ଼େ ସୁନ୍ଦର ଗୋ...(ଘୋଷା)
ପ୍ରଭୁ ଗଲେ ନନ୍ଦି ଘୋଷେ ମାଆ
       ମୋ ପଞ୍ଚମ ରୋଷେ l
 ଭଲା ସେହି ଜଗନ୍ନାଥ ଘରଣୀ
        ସଙ୍ଗେ ନ ନେଲା ll
    କେଡ଼େ ସୁନ୍ଦର ଗୋ...(୧)
ପାଞ୍ଚ ଦିନ ଗଲା ବିତି ମାଆ
        ରୁଷି ଶୋଇଛନ୍ତି l
 ବିମଳେଇ ପଚାରନ୍ତି କି ହେଲା
           କି ହୋଇଲା ll
     କେଡ଼େ ସୁନ୍ଦର ଗୋ...(୨)
ମହାଲକ୍ଷ୍ମୀ ଦୁଃଖ କହି କହନ୍ତି
         ଗୋ ବିମଳେଇ l
 କହ କହ କହ ଭଗ୍ନୀ କି ବୁଦ୍ଧି
           କରିବି ଭଲା ll
    କେଡ଼େ ସୁନ୍ଦର ଗୋ...(୩)
ଶୁଣ ଆଲୋ ମହାମାୟୀ ମୋ
       କଥା ଘେନିବୁ ତୁହି l
 ମୋହ ଚୂର୍ଣ୍ଣ ଘେନି ଯାଅ ସବୁ
        ଭାଙ୍ଗି ଯିବ ପାଲା ll
     କେଡ଼େ ସୁନ୍ଦର ଗୋ...(୪)
ଧନ୍ୟ ଭଗ୍ନୀ ବିମଳେଇ ଏବେ
          ଚଳୁଅଛି ମୁହିଁ l
 ସଜା ସଜା ମୋ ସବାରୀ ଦେଖିବି
          ନାଟୁଆ ଲୀଳା ll
      କେଡ଼େ ସୁନ୍ଦର ଗୋ...(୫)
    ଏତେ ବୋଲି ମହାମାୟୀ
       ଗୁଣ୍ଡିଚାକୁ ଗଲେ ଧାଇଁ l
 ଚୂର୍ଣ୍ଣ ପକାଇଲେ ନେଇ ପ୍ରଭୁଙ୍କ
           ଚେତା ପଶିଲା ll
  କେଡ଼େ ସୁନ୍ଦର ଗୋ...(୬)
କହନ୍ତି ପ୍ରଭୁ ବିହସି ଶୁଣ
      ଆଗୋ ମଦାଳସି l
 ତିନି ଦିନେ ଯିବି ନେଇ ତୁମ୍ଭ
      ଲାଗି ରସଗୋଲା ll
  କେଡ଼େ ସୁନ୍ଦର ଗୋ...(୭)
ଶାନ୍ତ ହେଲା ଟିକେ ରୋଷ
    ମାଆ ଚାହିଁ ନନ୍ଦିଘୋଷ l
 କୁହନ୍ତି ଏ ଗୋବର୍ଦ୍ଧନ ସବୁ ତ
         ଏହାରି ପାଲା ll
  କେଡ଼େ ସୁନ୍ଦର ଗୋ...(୮)
ଭାଙ୍ଗିଲେ ରଥରୁ କାଠ ସାରଥି
            ଦାରୁକ ହାତ l
    ହେରା ଗୋହିରି ବାଟରେ
    ମାଆଙ୍କ ସବାରୀ ଗଲା ll
      କେଡ଼େ ସୁନ୍ଦର ଗୋ...(୯)
ମନ୍ଦିରେ ପହଞ୍ଚି ମାଆ ପୁଣି
      କଲେ ଯାହା ଯାହା l
 ହଉରେ ଜଗା ବଳିଆ ମନ୍ଦିରେ
         ତାଟି ଲାଗିଲା ll
   କେଡ଼େ ସୁନ୍ଦର ଗୋ... (୧୦)
ଏମନ୍ତ ଦେବତା କାହିଁ ଧନ୍ୟ
       ଲକ୍ଷ୍ମୀ ମହାମାୟୀ l
ତୁମ୍ଭର କରୁଣା ହେଲା ଅଧମ
        ଗୀତେ ଲେଖିଲା ll
 କେଡ଼େ ସୁନ୍ଦର ଗୋ ହେରା
         ପଞ୍ଚମୀର ଲୀଳା l
 କେଡ଼େ ସୁନ୍ଦର ଗୋ ହେରା
       ପଞ୍ଚମୀର ଲୀଳା ll (୧୧)
           🙏🙏🙏
               ଅର୍ଜୁନୀ
             ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational