Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Inspirational

3  

Chittaranjan Nanda

Inspirational

କବିଟିଏ ହେବା

କବିଟିଏ ହେବା

1 min
238



ଶ୍ରେଷ୍ଠ ଜୀଵ ଅଟେ ନର

ପରିପୂର୍ଣ୍ଣ ସର୍ଵ ଗୁଣର

ବିବେକ ଜ୍ଞାନ ବୁଦ୍ଧିର

ଦୟା ସ୍ନେହ ପ୍ରେମର

ସେବା ଭାବ ପରୋପକାର

ଏହା ତ ମାନବିକତା ।


ଭରି ରହିଛି ଷଡରିପୁ

କାମ, କ୍ରୋଧ, ଲୋଭ, ହିଂସା

ମୋହ, ମଦର

ଥରେ ଗଲେ ଭାସି

ମାନବିକତା ହୁଏ ଦୂର

ସରଳତା ଶୁଦ୍ଧତା ହୁଏ ବିସ୍ମରଣ

ସ୍ଵଭାବ ହୁଅଇ ସେ ପ୍ରକାର

ପ୍ରକାଶ ହୁଏ ହୃଦେ ମଣିଷର

ଏହା ତ ପାଶବିକତା


ଚାଲ କବିଟିଏ ହେବା

ମାନବିକତା ଭାବରେ

ନିଜକୁ ବୁଡାଇ ଦେବା

ସାହିତ୍ୟର ଦାୟୀତ୍ଵ ତୁଲାଇବା

ସୃଜନ କରି ପ୍ରେମ ଆଉ ଶ୍ରଦ୍ଧାର କବିତା

ସଦିଚ୍ଛା ସହୃଦୟତାର ମୂଲ୍ୟବୋଧ ଓ

ଆତ୍ମବିକାଶର ପଥ ଉନ୍ମୁକ୍ତ କରିବା

ବୃହତ୍ତର ସାହିତ୍ୟ ସୃଷ୍ଟି କରି

ଅସୁସ୍ଥ ଅସାମାଜିକତା ବିରୁଦ୍ଧରେ

ପ୍ରକୃତିର ସରଳତା ମାନବିକତାର

ଧ୍ୱଜା ଉଡାଇବା ।


Rate this content
Log in