STORYMIRROR

Pankajini Upadhaya

Inspirational

2  

Pankajini Upadhaya

Inspirational

କବିଟିଏ ଭାବେ ଛବିଟିଏ ଦେବ

କବିଟିଏ ଭାବେ ଛବିଟିଏ ଦେବ

1 min
13.6K


କବିଟିଏ ଭାବେ ଛବିଟିଏ ଦେବ

ସଫଳ ଜୀବନ ଗାଥା

ପ୍ରେମର ତରଙ୍ଗ ଅନୁରାଗ ରଙ୍ଗ

କଳ୍ପନାର ଗୋଟେ ପ୍ରଥା।

ଛପଳଛନ୍ଦା ସେ ଭାବରେ ବନ୍ଧା

ଭାବନାର ଭାବରଙ୍ଗ

ପ୍ରୀତି ଝରଣାର ଝରଝର ଗୀତ

ଝରଣା ଝର ତରଙ୍ଗ।

ବାସ୍ନାଭରା ତା'ର ତୁଳନାର ମାନ

ଭାବଧାରାର ମିଶ୍ରଣ

ଲେଖନୀ ମୂନରେ ସଜାଏ ସେ କବି

କଳ୍ପନା କବିର ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational