STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

କବିତାର ଆରପାଖ - 8

କବିତାର ଆରପାଖ - 8

1 min
13.3K



ଘୁଅର ଗନ୍ଧରୁ ଜଣାପଡେ

ଜନବସତିର ସ୍ଥିତି

ନହେଲେ ମଣିଷପଣିଆ ଗୋଟେ

ଜଟିଳ ବିଲୁପ୍ତି।

ପେଟରୁ ପଡିଥାଏ ରାସ୍ତା

ଛାତିକୁ, କିଛି ରାସ୍ତା

ହୃତପିଣ୍ଡ, କଲିଜା ହୋଇ

ଧମନୀ ଓ ମନ ଦେଇ

ଇନ୍ଦ୍ରିୟ କଳଙ୍କ ଧୋଇ

ପହଞ୍ଚେ ପେଟରେ

ଘୁଅ ଭୂମିକୁ ଉର୍ବର କରେ।।


ପେଟ ଗୋଟେ

ଗଭୀର-ଗମ୍ଭୀର ଗୁଂଫା

ତା ଭିତରେ କୁହାନାଳ

ହଳାହଳ, ପ୍ଲୀହାର ବେମାରି

ଜଳ ଉଦରି।

ତା ଭିତରେ କ୍ଷୁଧା

ଭାଗ୍ୟର ବାଧା।

ଘୁଅ ହିଁ କହିଦିଏ

ବୁଭୁକ୍ଷାର ଜଟିଳ ଗଣିତ

ରାତିର ଯାତନା କି

ଗହନ,ଗହଳ ନିଦ।

କବିତାର ଆରପାଖ ଘୁଅ ଶୂନ୍ୟ

ମରୁ ପ୍ରାନ୍ତର

ପବନର ଶୂନ୍ୟ ବାସ୍ନା

ତପ୍ତ ମରୁଝର।।



ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational