STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

କବିତାର ଆରପାଖ - ୨୮

କବିତାର ଆରପାଖ - ୨୮

1 min
28.7K



ତାରାମାନଙ୍କ ପାଇଁ ଆସେ ଅନ୍ଧାର

ଅନ୍ଧାର ଘନକଳା ମେଘର।

ଲୁହ ପଣତ ଟପିଲେ

ଛୁପାଏ ଅନ୍ଧାର।

ଆଞ୍ଜୁଳା ଭିତରେ ଥାଏ ଆଲୁଅ

ଯେଉଁଠି ଅସୁସ୍ଥ ହୋଇପଡେ

ଅନ୍ଧାର, ସୂର୍ଯ୍ୟକୁ ତିଆରି କରିବାକୁ ପଡେ ପ୍ରତିଦିନ,

ତୟାର କରିକରି

ନିଜ ଭିତରକୁ ଚିପୁଡିବାକୁ ପଡେ ବାରବାର

ଗୋଟିଏ ଶୀତଳ କୋଳରେ

ନାନାବାୟା ଗୀତ ଗାଇ

ସାକୁଲେଇବାକୁ ହୁଏ ଅଙ୍ଗାର।

କେବେ ହାତ ଛାଡେନି

ରାତିରେ ହୁଏ ସ୍ବପ୍ନ

ରତିରେ ହୁଏ ମନ

ଗୋଟାଏ ବିଶ୍ବାସରେ

ହୁଏ ଭଗବାନ।

ଏହି ଅନ୍ଧାର ପାଇଁ

ତୋଳାଯାଏ ଘର ପରିବାର।

କିଏ ଦେଖିଛି

ସୂର୍ଯ୍ୟର ଘର

ଆକାଶ ତ ଅନ୍ଧାର ବିସ୍ତାର

ଜହ୍ନ ତାରାଙ୍କର।

ପାପୁଲିରେ ଥାଉ ଆଲୁଅ

କେବେ ଅନ୍ଧାରର ଲଲାଟରେ

ଲଗେଇବାକୁ ପଡିପାରେ ତିଳକ

କେବେ ଅନ୍ଧାରର ପାଦ ତଳେ

ଜାଳିବାକୁ ପଡିପାରେ ଦୀପ।




ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational