STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

କବିତାର ଆରପାଖ - 19

କବିତାର ଆରପାଖ - 19

1 min
28.4K



ହାତ ମୁଣିରେ ଧରି ମନ୍ତ୍ର

ବୁଲୁଛି ରାଜ୍ୟ ଯାକ।

ବଡ ବିଷମ ଏ ଡଗର

ନରମ ଘାସରେ ଧାର

କଣ୍ଟା କୋମଳ।

ଏ ମନ୍ତ୍ର ବଡ ସିଦ୍ଧ

ଯିଏ ନବ

ବାରବର୍ଷ କରିଥିବ ସ୍ବପ୍ନତପ।


ବୋଇଲା

ହୋ କି କବି ବୋଲାଉଛ

ନା ମଧୁଶାଳାରେ

ନା ମୁଗ୍ଧଶାଳାରେ

ନା ନାନାବାୟା

ନା ଭାଟର ଗୀତରେ।

ପଞ୍ଝାଏ ଝିଟିପିଟି ଖାଲି

ପରିତ୍ୟକ୍ତ ଆଲୁଅ ପାଖରେ

ଦେଖ କି ସଜରେ

ବାହାରିଛନ୍ତି ପତଙ୍ଗ ଦଳେ।


ଲିଭିଯାଇଥିବି ଲକ୍ଷ୍ମଣରେଖାକୁ

ଟିପି ଆଣିଥିଲି

ରଫ୍ଖାତାରେ,

କେଉଁଠି ଗୋଟେ ଗାର ପଡିବାକଥା

ରହିବା କଥା ମାର୍ଜିନ ଖାତାରେ।

ଶବ୍ଦମାନଙ୍କୁ ବର୍ଣ୍ଣବୋଧ ପଢେଇଛ କି ନାହିଁ

କହିଛ କି ନାଇଁ

ଅରଣା ମଇଁଷି ରହିଛି ଅନେଇ।

ମୋ ମନ୍ତ୍ର ନେବାପାଇଁ

ଏଲର୍ଜି ନଥିବା ଛାଇ ଖୋଜିଆଣ ଯାଇ।


ଏ ବିରକ୍ତ, ବିଳମ୍ବିତ ବିଲୟ ବାହାନା

ଏ ପ୍ରତିପକ୍ଷ ପରମ୍ପରା

ଗୋଡଟଣା, ବୁଝାମଣା

କବିତାର କ୍ଷମା, ପ୍ରବଞ୍ଚନା

ନା, ନା,

ହଉ ଏକ ଭୀଷଣ ରଣ

ବହୁ ରକ୍ତର ଝରଣା।

ମୋ ମନ୍ତ୍ର

ହୁଏ ରକ୍ତରେ ସିଦ୍ଧ।


ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational