STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

କବିତାଭୁଲ୍ ଠିକଣା

କବିତାଭୁଲ୍ ଠିକଣା

1 min
243


ଜୀବନର ଏକ ଲକ୍ଷ୍ୟ ନେଇ 

ଆଗକୁ ବଢିବାର ଅଛି ବହୁତ ଦୂର, 

ଚାଲି ଚାଲି ପାଦ ଥକି ଗଲେ 

ଅଟକି ଯାଇ ଥକ୍କା ମାରେ ବାରବାର। 

ପ୍ରତି ଲକ୍ଷ୍ୟର ଅଛି ଗୋଟାଏ ନିର୍ଦ୍ଦିଷ୍ଟ ଠିକଣା 

ସେ ଠିକଣାର ଠିକ୍ ବାଟରେ ଗଲେ 

ପହଞ୍ଚି ହୁଏ ଲକ୍ଷ୍ୟସ୍ଥଳେ, 

ଠିକ୍ ବାଟର ଠିକ୍ ଠିକଣାରେ ନ ଯାଇ 

ଗଲେ ଭୁଲ୍ ଠିକଣାର ଭୁଲ୍ ବାଟେ 

ହୁଏ ବାଟବଣା ଅସହାୟେ କାନ୍ଦେ ବିକଳେ।

ଆଜିର ଜନ ପଟୁଆର ଖୋଜି ଚାଲେ 

ସହଜ ସୁବିଧାରେ ଯିବାକୁ ଗଳା ବାଟେ, 

ଆପଦ ବିପଦ ପଡିଲେ ବାହୁନି ହୁଏ 

ଅଟକି ଯାଇ ଜୀବନ ଯାତ୍ରାର ସଂକଟେ। 

ଠିକ୍ ବାଟ ନ ଜାଣି ଦୋଛକିରେ ବସି  

ଭାବେ ଆଗେଇ ଆସିଛି ଭୁଲ୍ ଠିକଣାରେ, 

ସାଥୀ ଯେତେ ସାଥୀ ହୋଇ ଆସିଥିଲେ 

ତା' ବାଟର ବାଟୋଇ ହୋଇ 

ଯିଏ ଯାହାର ଚାଲି ଗଲେ ତାଙ୍କ ବାଟରେ। 

ପଥିକର ପଦଚିହ୍ନ ଦେଖି 

ପାଦ ମିଳାଇ ଚାଲିବାକୁ ଚାହେଁ ଯେବେ 

ଫେରିବାକୁ ନ ଥାଏ ତାର ଦମ୍ଭ, 

ଅନୁତାପ କରେ ମ୍ରିୟମାଣ ହୋଇ ପଡେ 

ଅନୁଭବ କରେ ଭୁଲ୍ ଠିକଣାରୁ ହିଁ 

ଯାତ୍ରା ତାର କରିଛି ଆରମ୍ଭ। 

ସତ୍ୟ ଅହିଂସା ନ୍ୟାୟ ଧର୍ମ ହେଉଛି 

ମଣିଷ ଜୀବନର ଲକ୍ଷ୍ୟ ବାସ୍ତବ ଠିକଣା, 

ସ୍ଵାର୍ଥ ସାଧନ ପାଇଁ ସେ ଭୁଲି ଯାଏ 

ସେ ବାଟର ସବୁ କଟକଣା। 

ଛଳନା ପ୍ରତାରଣା କରି ଠକି ଚାଲୁ ଚାଲୁ 

ନିଜେ ଠକି ଯାଏ ବହୁ ଗଣେ, 

ପାରେନା ନିଜକୁ ସୁଧାରି ପ୍ରାଣ ପଣେ 

ଜୀବନଟା ହା-ହୁତାଶମୟ ହୁଏ ଅକାରଣେ। 

ଭୁଲ୍ ଠିକଣାରେ ଯାଇ କେହି କେବେ 

ପହଞ୍ଚି ପାରି ନାହିଁ ସଫଳତାର ଶୀର୍ଷରେ, 

ଭୁଲ୍ ଠିକଣା ସବୁ ଭୁଲ୍ କୁ ସାଉଁଟି ନେଇ 

ପହଞ୍ଚାଇ ଦିଏ ବୁଡି ମରିବାକୁ ମଝି ନଈରେ...

  

      







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics