କବିତା
କବିତା
ଯେଉଁ ଜଠରରୁ ଜନମ ହେଲି
ସେହି କୋଳରେ ଦିନେ
ଦଶ ମାସ ଦଶ ଦିନ
ଗର୍ଭରେ ଭୃଣଟିଏ ଥିଲି
କ୍ରମଶଃ .....
ଧୀର ପାଣି ଧୀର ପବନ ଖାଇ
ଗଜାରୁ ପତ୍ର ମେଲି
ମଥା ନଇଁ ମାଟିକୁ ଛୁଇଁଲି
ସୂର୍ଯ୍ୟ ପ୍ରତି ନମସ୍କାର କରି
ଆଖି ପତା ସଧିରେ ଖୋଲିଲି
କାଳକ୍ରମେ, ଶାଖାରୁ ପ୍ରଶାଖା ମେଲି
ହୃଷ୍ଟ-ପୃଷ୍ଟ ହୋଇ ମୁକୁଳିତ ହେଲି
ପ୍ରଜାପତି ଡେଣା ବାଂଧି ଯେବେ
ଖଂଡିଉଡା ଦେଲି
ସପ୍ତରଂଗେ ମଧୁ ଢାଳି
ସାହିତ୍ୟ ପୃଷ୍ଠାରେ
ଅଯାଚିତ ଆଦର ପାଇଲି ।।
*** *** ***
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ,ଉଦୟ ନଗର
ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)
shibatripathy262@gmail.com
