STORYMIRROR

Titi Sarangi

Inspirational

3  

Titi Sarangi

Inspirational

କବିତା

କବିତା

1 min
13.4K


 ରୋଜିର ଆଖି ଭଳି ତ କବିତା

ହଜାରେ ଜୀବନ୍ତ ସ୍ବପ୍ନ କାଳ କାଳକୁ ସାଇତି ରଖେ

ବାଟର କଣ୍ଟାକୁ ଅଣଦେଖା କରି

ହଁ ସେ ଆଶ୍ରୟ ଲୋଡେ ନିରୁତା ଏକ

ଛଳଛଳ ମନର ନିର୍ଭୟ ଆଉ ଦମ୍ଭିଲା ପ୍ରତିଶ୍ରୁତିଟି

ସମ୍ଭାବନାର ଅନେକ ସମ୍ଭାର ଧରି

ରୋଜିର ଦେହ ଭଳି ତ କବିତା

ଯା ଦେହରେ ଲେଖାହୁଏ କେଉଁ ଯୁଗର କାହାଣୀ

ଦେହ କଷ୍ଟ ବୋଲି ତା'ର ନଥାଏ,

ହଁ ତା ନରମ ଦେହ ଲହୁଣୀ ଭଳି

ଛିନ୍ ଭିନ୍ କରି ନୁହେଁ ପୂଜାର ଅର୍ଘ୍ୟ କରି ଦେଖ

ସର୍ଜନାର ବିନ୍ଧାଣୀଟି ସିଏ

ରୋଜିର ମନ ଭଳି ତ କବିତା

ଯୋଉଠି ସାଇତା ଅଛି ଭାବର ସମୁଦ୍ରଟିଏ

ଢେଉ ତୋଳେ ତା ଓଠ ଛୁଇଁ,

ଝଅଟିଏକୁ ଝିଅ ଭଳି ଦେଖ

ଆଉ କବିତାକୁ କବିତା ଭଳି ଦେଖ ଥରେ

ଅଭୟ ଆଶ୍ରୟର ଯେ ତପୋଭୂଇଁ

ରୋଜୀ ମୋର ଗେହ୍ଲୀ ଝିଅଟିଏ

ତା ମାଆ ଭଳି ଭଲ ପାଇବାରେ ମୁଁ ଚିରକାଳ

ଛୁଆଟିଏ ସାଜି ରହିବାକୁ ଚାହେଁ,

କବିତା ତ କବି ଅନ୍ତରର ସ୍ରୋତସ୍ବତୀ

କଲମ ଦେଇ ସିଏ ଝରଝର ଝରୁଥାଏ ଅନନ୍ତକାଳ

କୋଉ ଡଷ୍ଟବିନରେ କାଗଜ ସେ ନୁହେଁ


Rate this content
Log in

Similar oriya poem from Inspirational