STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

କବିତା

କବିତା

1 min
196

କବିତା ର ଭାଷା ଜଣାଏ ବ୍ୟକ୍ତିତ୍ଵ

କବିତା ସତ୍ୟ ଧର୍ମ ନ୍ୟାୟ ପାଇଁ

ଆଣେ ପରିପକ୍ୱତ

କବିତାରେ ଥାଏ ମାନବିକ ତତ୍ତ୍ଵ

କବିତା ଭିତରେ ଶତଦଳ କମଳ ପୂଜିତ

କବିତା ଅଟେ ସ୍ଵୟଂ ଶାସିତ

କବିତା ଲେଖିବା କଳା ନିସୃତ ଓ ଶାଶ୍ବତ

କବିତା ଭିତରେ ଜୀବନ ପ୍ଲାବିତ

କବିତା ଭିତରେ ଅମୃତ ସ୍ରୋତ

କବିତା କଳାରେ କବି ପ୍ରସ୍ଫୁଟିତ

କବିତା ଫୁଲ ଟେ ଜାଣେ ଜଗତ

କବିତା ଗୀତି ର ସମାଦୃତ

କବିତା ବୋଲୁଛି ଜୀବନ ସଙ୍ଗୀତ

କବିତା ଭିତରେ ସ୍ଵୟଂ ଜଗତନାଥ

କବିତା ବନିତା ଲତା ତ୍ରି ସୂତ୍ର

ଅନ୍ୟକୁ ବାନ୍ଧି ମୈତ୍ରୀ ରେ ଉଡ଼ାଏ ନେତ ।



Rate this content
Log in

Similar oriya poem from Abstract