କବିତା ଶୀର୍ଷକ --- ଦାନ ମାଝି
କବିତା ଶୀର୍ଷକ --- ଦାନ ମାଝି
ଳାହାଣ୍ଡି ଜିଲ୍ଲା କୀର୍ତ୍ତି ଯେ ଅର୍ଜିଲା
ଦାନ ମାଝି କର୍ମ ଦାନେ
ପତ୍ନୀ ପ୍ରତି କେତେ କରୁଣା କରେ ସେ
ଦେଖିଲେ ଓଡ଼ିଶା ଜନେ ।
ଘଂଚ ଅରଣ୍ୟରେ ପଥ ଘାଟ କୃଶ
ଚାଲିବା ବହୁତ କଷ୍ଟ
ବିପତ୍ତି ନଦୀକୁ ପାରି କରି ଯାଏ
ଖଣ୍ଡିବାକୁ ତାର ରିଷ୍ଟ ।
ଜାୟା ପ୍ରତି ଥିଲା ଅଗାଧ ସେନେହ
ଅସୁସ୍ଥ ବେଳର ସାଥି
ସହରେ ନିଏ ସେ ସୁସ୍ଥ କରିବାକୁ
ଡାକ୍ତରଖାନାକୁ ଦେଖି ।
ଧରଣୀ ବୁକୁରେ ସଭିଏଁ ସମାନ
ଭୂଲିଲେ ବିବେକ ହୀନ
ବଳି ଚଢି ଗଲା ଦାନ ମାଝି ପତ୍ନୀ
କଲେ ତାକୁ ହୀନିମାନ ।
ନିରୀହ ନୟନେ ସହାୟତା ଲୋଡେ
ହାତ ଗୁଟାଇଲେ ସବୁ
ଦୂର ଦୂର କରି ଧିକ୍କାର ଶଦ୍ଦରେ
ଲୁଚେ ଆଧୁନିକ ବାବୁ ।
ନିରୂପାୟ ହୋଇ ଶକତି ବାନ୍ଧିଲା
ଭାରିଜା ପୁଟୁଳି ଧରି
ଅତୀତ ସ୍ମୃତିକୁ ହୃଦୟେ ଜପିଣ
କାନ୍ଧକୁ ନୋହିଲା ଭାରି ।
ସ୍ନେହ ପ୍ରୀତି ଯେତେ ଥିଲା ତାର ମନେ
ସେ ସବୁ ହୋଇଲେ ସାଥି
ସଙ୍ଗେ ଯିବା ପାଇଁ କୋମଳ କନ୍ୟାକୁ
ଯେହ୍ନେ ପତ୍ନୀ ଥିଲା ରଖି ।
ମାନବ ହୃଦରୁ ଲିଭିଛି କରୁଣା
ସପନ ହୋଇଲା ଦୟା
ଅର୍ଥ ପ୍ରଲୋଭନେ ଅମଣିଷ ପଣେ
ହୁଏ ଏଠି ଦିଆନିଆ ।
କାନ୍ଧରେ ଭାରିଜା ସ୍ଵୟଂ ଅଶ୍ରୁ ଭିଜା
ପତ୍ନୀ ଶବ ବୋହି ଚାଲେ
ଏକାକୀ ଲଢିଣ ଶବଦାହ କଲା
ଏ କଥା କି କିଏ ଭୂଲେ ।
******
