STORYMIRROR

DAMBURUDHARA BEHERA

Inspirational Children

4  

DAMBURUDHARA BEHERA

Inspirational Children

କବିତା -ସଡ଼କ ସୁରକ୍ଷା ଜୀବନ ରକ୍ଷା

କବିତା -ସଡ଼କ ସୁରକ୍ଷା ଜୀବନ ରକ୍ଷା

1 min
408

ଚାଲିବା ବୁଲିବା ଜୀବନ ଯାତ୍ରାରେ

ସତର୍କ ରହିବା ସର୍ବଦା

ମଟର ଗାଡି କି ବାଇସାଇକେଲ

ରାସ୍ତା ପାର ହେବ ସୁବିଧା ।।୧।।


ସମଗ୍ର ବିଶ୍ୱର ପ୍ରମୁଖ ସମସ୍ୟା

ସହଲେ ସହଜ ହୋଇବ

ମଣିଷ ଜୀବନ ଅଢେଇ ଦିନିଆ

ତଥାପି ନଷ୍ଟ ନ ହୋଇବ।।୨।।


ରାସ୍ତା ପାର ବେଳେ ଆଗ ପଛ ଦେଖି

ବାମ, ଡାହାଣକୁ ଚାହିଁବା

ଜେବ୍ରା ଦେହ ପରି ଧଳା ଦାଗ ପରେ

ପାଦ ଚଲା ପଥେ ଚାଲିବା।।୩।।


ହାତ ଧରା ଧରି ନ ହୋଇ ଆମେରେ

ଆଗ ପଛ ହୋଇ ବଢିବା

ଦୁର୍ଘଟଣା ଭଳି ବିପଦ ମଧ୍ୟରୁ

ଆମେରେ ମୁକୁତି ପାଇବା।।୪।।


ଟ୍ରାଫିକ ନିୟମ ମାନି ଆମେ ଭାଇ

ଲାଲବତୀ ଦେଖି ରହିବା

ସବୁଜ ଲାଇଟ ଜଳିବ ଯଦିରେ

ରାସ୍ତା ଆର ପାରି ହୋଇବା।।୫।।


ଯାନକୁ ଚଳାଇ ଗଲା ସମୟରେ

ମୋବାଇଲରେ କଥା ନ ହେବା

ଆରେ ବଳଦ ମୋତେ ମାର ନ କହି

ଜୀବନ ସୁରକ୍ଷା କରିବା ।।୬।।


ସଡ଼କ ସୁରକ୍ଷା କରିବା

ଜୀବନର ରକ୍ଷା କରିବା

ସଡ଼କ ସୁରକ୍ଷା କରିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational