କବିତା ମୟ
କବିତା ମୟ
ଅଗ୍ନା ଅଗ୍ନି ବନସ୍ତ ରେ
କବିତା ଫିଂଗି ଦିଏ
ଶଦ୍ଦ ର ସବୁଜ ପତ୍ର
ଲୋକ ଭିଡ଼ ଭିତରେ ସୋରିଷ
କସ୍ତୁରି ମୃଗ ଭଳି ବୁଲୁ ଥାଏ
ଶଦ୍ଦ ପାଗଳ
ହନୁମାନଂକ ପାହାଡ଼ ପ୍ରମାଣ
ଲାଂଗୁଡ଼ ଭିତରେ
ଲୁଚି ଥାଏ କବିତା
କବିତା ର ଶଦ୍ଦ ସବୁ ଝୁଲୁଥାନ୍ତି
ଆବେଗରେ
ଗୋପୀଂକ ଶାଢ଼ୀ ହେଇ
ବଂଶୀ ର ସ୍ୱର ହେଇ
ଲାବଣ୍ୟବତୀ ର ପଲଂକ ରେ କବିତା
ସବୁଜ ପତ୍ର ରେ ସବୁଜ ରଂଗ ର କବିତା
ସ୍ୱପ୍ନ ର ଆକାଶ ରେ ସ୍ମୃତି ର
ରୂପା ଯୋତା ପିଂଧି
କବିତା ଚାଲୁ ଥାଏ
