Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children

3  

KRUTIBAS NAYAK

Children

କବିତା ଆଳାପ- 02 ଶିଶୁକନ୍ୟା

କବିତା ଆଳାପ- 02 ଶିଶୁକନ୍ୟା

1 min
303


ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢୀଟିଏ,

ଆଉ କିଏ କହେ ରହିଥିବୁ ହେଇ ହସକୁରି ଜହ୍ନଟିଏ |


ଅଜା-ଆଇ ମୋତେ କହନ୍ତି ଫୁଲେଇ ଫୁଲପରି ହେଇଥିବୁ,

ଜେଜେମା କହନ୍ତି ପରୀରାଇଜର ପରୀହେଇ ଉଡ଼ୁଥିବୁ |


ବାପା କହୁଛନ୍ତି ବଡ଼ ହେଇଗଲେ ମଙ୍ଗଳକୁ ଯିବ ସିଏ,

ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢୀଟିଏ l


ମାଆ କହେ ପୁଣି କୁଆଡ଼େ ଯିବୁନି ହଜେଇବୁ ନାହିଁ ମନ,

ବଡ଼ ହେଇଗଲେ ନିଜ ବୁଦ୍ଧିବଳେ ରଖିବୁ ଦେଶର ମାନ |


ସାଙ୍ଗସାଥୀ ମିଶି କହୁଛନ୍ତି ତୁହି ହେବୁ ହିରୋଇନଟିଏ,

ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢୀଟିଏ |


ପ୍ରଜାପତି ହେଇ ଉଡ଼ୁଥିବି ମୁହିଁ ନାଚିବି ମୟୂର ପରି,

ମନ କହେ ମୋର ଗାଉଥିବି ଗୀତ ସୁର ଲୟ ତାଳ ଧରି |


ବାପା-ମାଆ ପାଦେ ରଖିଥିବି ମଥା ହେବି ମୁଁ ମଣିଷଟିଏ,

ଜନମ ଦିନରେ କିଏ କହେ ମୋତେ ହେଇଥିବୁ ବୁଢୀଟିଏ |



Rate this content
Log in

Similar oriya poem from Children