STORYMIRROR

kamal kumar dash

Romance

3  

kamal kumar dash

Romance

କବିର କବିତା

କବିର କବିତା

1 min
160


କବିର କବିତା ପ୍ରେମର ଦୀପରେ 

   ପ୍ରୀତିର ବଳିତାଟିଏ 

ସକାଳେ ସଞ୍ଜରେ ତା ଶୁଭ ମନlସୀ

    ପ୍ରେମିକl ତା ଜlଳୁଥାଏ (୧)


କବିର କବିତା  ଗାଁ ନଈ ଧାରେ

    ସରୁ ଚଲା ବାଟଟିଏ 

ଶିଶିରରେ ଭିଜା  ଦୁବ ଘାସ ପରେ 

   ସାଧବର ବୋହୂଟିଏ (୨)


କବିର କବିତା    ଫଗୁ ଫଗୁଣର 

    ରଙ୍ଗ ବୋଳା ମୁହଁଟିଏ 

ପ୍ରେମିକl ଓଠରେ  ଚେନାଏ ହସର 

    ସୁନ୍ଦର କବିତାଟିଏ (୩)


କବିର କବିତା     ସ୍ମୃତି ସନ୍ତକ 

    ମନର ମାନସୀଟିଏ 

ନିଜଠୁ ନିଜର  ଅତି ଆପଣାର 

  ଅନ୍ତରଙ୍ଗ ବନ୍ଧୁଟିଏ (୪)


କବିର କବିତା   ଗଲା ବସନ୍ତର

     ହୃଦୟ କଥାଟିଏ 

ମନ ତଳ ବ୍ୟଥା  ବୁଝି ପାରୁଥିବା 

     ସପନର ପରୀଟିଏ (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance