କବି ତୁମେ ଅମର
କବି ତୁମେ ଅମର
ସଂସାରଟା ସତେ
କେତେ ବିଚିତ୍ର ଓ ଚମତ୍କାର
ଆଜି ସବୁଯାହା ଅଛି
କାଲି ତ ନ ଥିବ କାହାର
ଜୀବନର ଜାହ୍ନ୍ନଵୀରେ ଆଜିଢେଉ
କାଲି ଭଟ୍ଟାପଡ଼େ ତାହାର
କବି ତୁମେ ଅମର ।
କବି ତୁମେ ଅମର
ଅଙ୍କା ବଙ୍କା ଜୀବନର ଛବିଆଙ୍କି
ତୁମ ଲେଖନୀ ମୁନରେ
ସାଇତି ଯାଇଛଛବି ଅନେକଦିନର
ଅସରନ୍ତି ତୁମ କଳ୍ପନାର ସ୍ବର
କବି ତୁମେ ଅମର ।
ଜୀବନ ଜଞ୍ଜାଳ ଆଉକର୍ତ୍ତବ୍ୟର
ପଥ ପ୍ରାନ୍ତେ ବସି
ରଚି ଯାଇ ଅଛ
ଦେବାଦେବୀ ଭକ୍ତି
ଶିଶୁ ପ୍ରତିଭାର
ସରଳ ଚପଳ ଗ୍ରାମ୍ୟଜୀବନର
ଅନେକ ଜୀବନ୍ତ ମୀନାର
କବି ତୁମେ ଅମର ।
କବି ତୁମେ ଅମର
ଅମ୍ଲାନ ତୁମ ଗୀତି କବିତାର
ଝଙ୍କାର
ତୁମେ ହେ ମହାନ
ସ୍ୱର୍ଗର ସୃଷ୍ଟି ତୁମ ଜନମଭୂଇଁର
ମମତ୍ବ କବିତ୍ୱ ଭରା
ତୁମକୁ ଭଲ ପାଇବା କୁ
ପ୍ରାଣ ହୁଏ ଆତୁର
କବି ତୁମେ ଅମର
କବି ତୁମେ ଅମର
ମରି ତୁମେ ଅମର
ତୁମେ ତୋଳି ଥିବା ମାଟିର ବୈକୁଣ୍ଠ ଟି
ସତେ କେଡେ ସୁନ୍ଦର
ହେ କବି
ତୁମ ଛନ୍ଦାୟିତ ପାଦପଦ୍ମରେ
ମୋର କୋଟି କୋଟି ଜୁହାର
କବି ତୁମେ ଅମର
କବି ତୁମେ ଅମର ।